ଓଡିଶା

ରାଜଧାନୀ ଜଗିବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

(ଭୁବନେଶ୍ୱର) : ରାଜଧାନୀ ଭୁବନେଶ୍ବରରେ ନିର୍ବାଚନକୁ ନେଇ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପାଇଁ ରାଜଧାନୀରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୨ କମ୍ପାନି ସିଏପିଏଫ୍‌ ଫୋର୍ସ ମୁତୟନ ହେବେ।

ସୂଚନାନୁଯାୟୀ , ରାଜଧାନୀର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ଟି ସ୍ଥାନରେ ୧୧୩୨ଟି ପୁଲିଂ ବୁଥ ରହିଛି। ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୬୯ଟି ସ୍ଥାନରେ ୨୩୬ଟି ପୁଲିଂ ବୁଥ ରହିଛି। ଭୁବନେଶ୍ୱର (ମଧ୍ୟ)ରେ ୫୦ଟି ସ୍ଥାନରେ ୨୦୦ଟି ପୁଲିଂ ବୁଥ ରହିଛି। ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସଖି ବୁଥ, ଯେଉଁଠି କେବଳ ମହିଳା କର୍ମଚାରୀ ନିୟୋଜିତ ହେବେ। ରାଜଧାନୀରେ ୧୫୨ ସମ୍ବେଦନଶୀଳ ବୁଥ ରହିଛି। ସବୁ ବୁଥରେ ସେଣ୍ଟ୍ରାଲ ଆର୍ମ ଫୁଲିସ ଫୋର୍ସ (ସିଏପିଏଫ୍‌) ଫୋର୍ସ ମୁତୟନ ହେବ। ୪ଟିରୁ ଅଧିକ ବୁଥ ଥିବା ଲୋକେସନରେ ସିଏପିଏଫ ଫୋର୍ସ ମୁତୟନ ହେବେ। ୫୨୫ ବୁଥରେ ୱେବ କାଷ୍ଟିଂ କରାଯାଉଛି। ୧୫ଟି ଫ୍ଲାଇଙ୍ଗ ଟିମ୍‌ କାମ କରୁଛନ୍ତି। ୫୧ଟି ମୋବାଇଲ ପାର୍ଟି ନିୟୋଜିତ ରହିବେ।

Related posts

ଆଜି ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

mahabharatanews

ଅଚାନକ ଭୁଶୁଡ଼ିଗଲା ରାଜପଥ-୧୬ର ବ୍ରିଜ୍

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ଶହେ ତଳେ ରହିଛି : ୬୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews