ଓଡିଶା

 ପର୍ଯ୍ୟଟକଙ୍କ ମନ ମୋହୁଛି ଧଳା ବଉଳା କୁମ୍ଭୀର

(ଭିତରକନିକା) : ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭିତରକନିକାରେ ଲୁଣିପାଣି ଧଳା ବଉଳା କୁମ୍ଭୀରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶର ଅନ୍ୟ କୌଣସି ସ୍ଥାନରେ ଧଳା କୁମ୍ଭୀରଙ୍କୁ ଦେଖିବାକୁ ମିଳୁ ନଥିବା ବେଳେ ଭିତରକନିକାରେ ଏହି ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଯାହା ପର୍ଯ୍ୟଟକଙ୍କ ମନ ମୋହୁଛି । ଚଳିତବର୍ଷ ଗଣନା ସମୟରେ ଭିତରକନିକାର ନଦୀନାଳରେ ୨୦ଟି ଧଳା କୁମ୍ଭୀର ରହିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ଗୋରୀର ବୟସାଧିକ ଯୋଗୁଁ ତାହା ଦେହର ରଙ୍ଗ କଳା ପଡି ଆସୁଥିବା ବେଳେ ଆବଦ୍ଧ ପୋଖରୀରେ ଥିବା ୨୦ ବର୍ଷୀୟ ‘ମଲ୍ଲୀ ଏବେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ଚଳିତମାସ ୧୦ରୁ ୧୨ ତାରିଖ ଯାଏ ୩ଦିନ ଧରି ୨୨ଟି ଟିମ୍ ଭିତରକନିକା ଅଭୟାରଣ୍ୟ ଭିତରେ ଓ ବାହାରେ ବଉଳା କୁମ୍ଭୀରମାନଙ୍କ ଗଣନା କରିଥିଲେ। ଏହି ଗଣନାରେ ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇ ୧୮୧୧ରେ ପହଞ୍ଚିଛି।

Related posts

କଲ୍ୟାଣସିଂହପୁରରେ ସିଆରପିଏଫ ଯବାନଙ୍କ ଜନସମ୍ପର୍କ ମେଳା

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢିଛି : ୨୦୮ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବଜ୍ରପାତରେ ଚାଲଇଗଲା ଦୁଇ ଭାଇଙ୍କ ଜୀବନ

mahabharatanews