ବିଶ୍ୱ

ତିନି ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

(ଦିଲ୍ଲୀ) : ରାସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ତିନି ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ.ବ୍ରୁସ୍ ଏବଂ ଆଲେକ୍ସି ଏଲ.ଏକିମୋଭଙ୍କୁ ମିଳିବ ନୋବେଲ୍ । ଏନେଇ ବୁଧବାର ଦିନ ଘୋଷଣା କରାଯାଇଛି ।

ସୂଚନାନୁଯାୟୀ , ଫିଜିଓଲୋଜି-ମେଡିସିନ୍ ଏବଂ ଫିଜିକ୍ସର ବିଜେତାମାନଙ୍କ ନାମ ଘୋଷଣା କରିବା ପରେ ରୟାଲ୍ ସ୍ୱିଡିଶ୍ ଏକାଡେମି ଅଫ୍ ସାଇନ୍ସେସ୍ ମଧ୍ୟ ରସାୟନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା କରାଯାଇଛି । କ୍ୱାଣ୍ଟମ ଡଟ୍ସର ଉଦ୍ଧାବନ ଏବଂ ବିଶ୍ଳେଷଣ ପାଇଁ ଏତି ତିନି ବିଶିଷ୍ଟ ବିଜ୍ଞାନୀ ପାଇବେ ନୋବେଲ୍ । କ୍ୱାଣ୍ଟମ ଡଟ୍ସ,ନାନୋ-ପାର୍ଟିକଲ୍ସର ଖୁବ କ୍ଷୁଦ୍ର ଏବଂ ଏଗୁଡିକର ଆକାର ସେମାନଙ୍କର ଗୁଣି ନିର୍ଣ୍ଣୟ କରେ । ତେବେ ନାନୋଟେକ୍ନୋଲୋଜିର ବ୍ୟବହାରରେ ଏହି କ୍ଷୁଦ୍ର ଉପାଦାନଗୁଡିକ ଖୁବ୍ ସହାୟକ ହେବ ବୋଲି ନୋବେଲ୍ ଘୋଷଣକାରୀ ଟିମ୍ ସୂଚନା ଦେଇଛି ।

Related posts

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

mahabharatanews

ଏପ୍ରିଲ ଓ ମେ’ରେ ଭାରତୀୟ ଶ୍ରମିକ ଯିବେ ଇସ୍ରାଏଲ୍ 

mahabharatanews

ଶ୍ରୀଲଙ୍କାରେ ଦର ଦାମ ବୃଦ୍ଧିକୁ ନେଇ ରାଜ ରାସ୍ତାରେ ସାଧାରଣ ଜନତା

mahabharatanews