(ଦିଲ୍ଲୀ) : ରାସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ତିନି ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ.ବ୍ରୁସ୍ ଏବଂ ଆଲେକ୍ସି ଏଲ.ଏକିମୋଭଙ୍କୁ ମିଳିବ ନୋବେଲ୍ । ଏନେଇ ବୁଧବାର ଦିନ ଘୋଷଣା କରାଯାଇଛି ।
ସୂଚନାନୁଯାୟୀ , ଫିଜିଓଲୋଜି-ମେଡିସିନ୍ ଏବଂ ଫିଜିକ୍ସର ବିଜେତାମାନଙ୍କ ନାମ ଘୋଷଣା କରିବା ପରେ ରୟାଲ୍ ସ୍ୱିଡିଶ୍ ଏକାଡେମି ଅଫ୍ ସାଇନ୍ସେସ୍ ମଧ୍ୟ ରସାୟନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା କରାଯାଇଛି । କ୍ୱାଣ୍ଟମ ଡଟ୍ସର ଉଦ୍ଧାବନ ଏବଂ ବିଶ୍ଳେଷଣ ପାଇଁ ଏତି ତିନି ବିଶିଷ୍ଟ ବିଜ୍ଞାନୀ ପାଇବେ ନୋବେଲ୍ । କ୍ୱାଣ୍ଟମ ଡଟ୍ସ,ନାନୋ-ପାର୍ଟିକଲ୍ସର ଖୁବ କ୍ଷୁଦ୍ର ଏବଂ ଏଗୁଡିକର ଆକାର ସେମାନଙ୍କର ଗୁଣି ନିର୍ଣ୍ଣୟ କରେ । ତେବେ ନାନୋଟେକ୍ନୋଲୋଜିର ବ୍ୟବହାରରେ ଏହି କ୍ଷୁଦ୍ର ଉପାଦାନଗୁଡିକ ଖୁବ୍ ସହାୟକ ହେବ ବୋଲି ନୋବେଲ୍ ଘୋଷଣକାରୀ ଟିମ୍ ସୂଚନା ଦେଇଛି ।