ଓଡିଶା

କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୨୭ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଚିନ୍ତାରେ ସରକାର । ତେଣୁ ଧୀରେଧୀରେ ରାଜ୍ୟରେ କୋଭିଡ କଟକଣାକୁ କଡାକଡି କରାଯାଇଛି । ଓଡିଶା ପୁଲିସ କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ସ୍ୱତନ୍ତ୍ର ଡ୍ରାଇଭ ଶୁକ୍ରବାର ଆରମ୍ଭ କରିଛି । ଗତକାଲି ପୁଲିସ କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୨୭ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ।
ରାଜ୍ୟ ସରକାରଙ୍କ ସମସ୍ତ ସଚେତନତା, ଅପିଲକୁ ଅଣଦେଖା କରି କିଛି ଅମାନିଆ କୋଭିଡ ନିରାପତ୍ତା ପ୍ରୋଟୋକଲକୁ ଖୁଲମଖୁଲ୍ଲା ଉଲ୍ଲଙ୍ଘନ କରିଚାଲିଛନ୍ତି । ଏହି ନିୟମ ଉଲ୍ଲଙ୍ଘନ ପାଇଁ ୨୪ ଘଣ୍ଟାରେ ୩ଟି ମାମମଲା ରୁଜୁ ହୋଇଥିବା ବେଳେ ୧୫ ଜଣଙ୍କୁ ଗିରଫ କରାଯାଇଥିଲା ଓ ୭୪୯ ଗାଡି ଜବତ କରିଥିଲା ପୁଲିସ।
ଦିନକ ପୂର୍ବରୁ ରାଜ୍ୟ ସରକାର ମାସ୍କ ଜରିମାନାକୁ ଦ୍ୱିଗୁଣିତ କରିଛନ୍ତି । କୌଣସି ସାଧାରଣ ସ୍ଥାନରେ କେହି ବିନା ମାସ୍କରେ ଧରି ପଡିଲେ ୨ହଜାର ଟଙ୍କା ଜରିମାନା ଆଦାୟ କରାଯିବାକୁ ନିୟମ ହୋଇଛି । ଗତବର୍ଷ ଏହି ଜରିମାନା ପରିମାଣ ୫୦୦ ଟଙ୍କାରୁ ୧ହଜାର ଟଙ୍କା ଥିଲା ବେଳେ ଚଳିତ ବର୍ଷ ଏହାକୁ ୨ ହଜାର କରାଯାଇଛି ।

Related posts

୬୦ରୁ ଅଧିକ ପିତ୍ତଳ ନାଗ ମୂର୍ତ୍ତି ଉଦ୍ଧାର

mahabharatanews

ବଢୁଛି ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା , ପୁଣି ଜଣେ ମୃତ

mahabharatanews

ସରକାରୀ ନିୟମର ଖୋଲାଖୋଲି ଉଲ୍ଲଘଂନ

mahabharatanews