ଅପରାଧ

ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୩ ଗିରଫ

(ମହାଭାରତ, ମୟୁରଭଞ୍ଜ): ବାଙ୍ଗିରିପୋଷି ବନବିଭାଗ ଏକ କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ଏକ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନା ଅଧିନ ସୀମାନ୍ତ କଲେଜ ସମ୍ମୁଖରେ ଏକ କାଠ ଗଣ୍ଡି ବୋଝେଇ ପିକ୍ ଅପ୍କୁ ଜବତ କରିଛି । ପିକ୍ ଅପ୍ରେ ମୋଟ ୧୩ଟି ନିମ୍ବ୍ କୋଇମ ଗଣ୍ଡି ଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ହେବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ବନବିଭାଗ ଡ୍ରାଇଭର ସମେତ ତିନି ଜଣଙ୍କୁ ଗିରଫ କରିଛି ।
ସେହିପରି, ଅନ୍ୟପଟେ ୩୩ ଖଣ୍ଡ ଶିମିଳି ପଟା ନେଇ ଯାଉଥିବା ଏକ ଅଟୋକୁ ମାଟିଆବେଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ବନବିଭାଗ ଜବତ କରିଛି । ବନବିଭାଗ ଅଟୋ ଡ୍ରାଇଭରକୁ ଗିରଫ କରିଛି । ସମସ୍ତ ଗିରଫ ଆସାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି ।

Related posts

ନକ୍ସଲଙ୍କ ଚ୍ୟାଲେଞ୍ଜ: ଠିକାଦାରଙ୍କୁ ହତ୍ୟା, ବାହନ ପୋଡି

mahabharatanews

ପରୀ ହତ୍ୟାକାରୀକୁ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

mahabharatanews

ପୁଲିସ ଛାନଭିନ୍ ପରେ ଶିଶୁକୁ ଛାଡିଦେଲେ

mahabharatanews