ଭୁବନେଶ୍ବର: ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୦୯ଜଣ ସଙ୍ଗରୋଧ କେନ୍ଦ୍ରର ରହିଛନ୍ତି। ଆଜିର ଆକ୍ର୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୬ କରୋନା ଆକ୍ରାନ୍ତ ରହିଛନ୍ତି ।
ଜିଲ୍ଲାବାରି ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ-୧୬୬, ଯାଜପୁର-୫୭, ବରଗଡ଼ ଜିଲ୍ଲାରୁ ୩୩, ନବରଙ୍ଗପୁର-୨୪, ଜଗତସିଂହପୁର- ୨୩, ଖୋର୍ଦ୍ଧା-୨୧, ସୁନ୍ଦରଗଡ଼ ଜିଲ୍ଲାରୁ ୨୦, ସମ୍ବଲପୁର ଜିଲ୍ଲାରୁ ୧୫, ବାଲେଶ୍ୱର ଜିଲ୍ଲାରୁ ୧୪, ରାୟଗଡ଼ା. କଟକ ଜିଲ୍ଲାରୁ ୧୩,ଅନୁଗୁଳ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୧୨, ବଲାଙ୍ଗୀର ଜିଲ୍ଲାରୁ ୬, , କେନ୍ଦ୍ରାପଡ଼ା ଜିଲ୍ଲାରୁ ୫, କୋରାପୁଟ ଜିଲ୍ଲାରୁ ୧୦, ମୟୂରଭଞ୍ଜ ଜିଲ୍ଲାରୁ ୮, ନୟାଗଡ଼ ଜିଲ୍ଲାରୁ ୪, ପୁରୀ, କନ୍ଧମାଳ ଜିଲ୍ଲାରୁ ୩, କେନ୍ଦୁଝର ଜିଲ୍ଲାରୁ ୨, ଢେଙ୍କାନାଳ, ଗଜପତି , କଳାହାଣ୍ଡି ଜିଲ୍ଲାରୁ ୧ ଲେଖା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।