ଗଜପତିରେ ଜଣେ ୭ ବର୍ଷୀୟ ତିବ୍ଦତୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଜଣେ ତିବ୍ଦତୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ତିବ୍ଦତୀୟ ଶରଣାର୍ଥୀ ଶିବିରରେ ରହୁଥିବା ଏକ ପରିବାର ଘରେ କେହି ନଥିବାର ସୁଯୋଗ ନେଇ ନାବାଳକ ଦୁଷ୍କର୍ମ କରିଥିବା ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ନାବାଳକ ଜଣଙ୍କ ସେହି ଅଞ୍ଚଳର ଜଣେ ଓଡିଆ ଛାତ୍ର ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତ କୁ ଅଟକ ରଖିଛି ପୋଲିସ ।
ଘଟଣା ଅନୁସାରେ ରବିବାର ନାବାଳିକାଙ୍କ ବାପା ମାଆ ଦୁହେଁ ସମ୍ପର୍କୀୟ ଘରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ନାବାଳିକା ଘରେ ଏକା ଥିଲେ । ଏହାର ସୁଯୋଗ ନେଇ ନାବାଳକ ଜଣକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଭିତ୍ତି କରି ମୋହନା ଥାନା ପୋଲିସ ଏକ ମାମଲା ରୁଜୁ କରି ନାବାଳକକୁ ଥାନାକୁ ଆଣି ପଚରାଉଚରା କରିବା ସହିତ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଇଛି ।
