ଓଡିଶା

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ଆଉ ୭୭୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୭୭୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୩୩୨୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪୬ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୩୨ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦେଇଛି ।
ଅନୁଗୁଳ ରୁ ୬୮, ବାଲେଶ୍ୱରରୁ ୬୧, ବରଗଡ଼ରୁ ୩୦, ଭଦ୍ରକରୁ ୬, ବଲାଙ୍ଗୀରରୁ ୨୯, ବୌଦ୍ଧରୁ ୩, କଟକରୁ ୫୪, ଦେଓଗଡ଼ରୁ ୩, ଢେଙ୍କାନାଳରୁ ୧୨, ଗଜପତରୁ ୨, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୪୦, ଯାଜପୁରରୁ୨୧, ଝାରସୁଗୁଡ଼ାରୁ ୩୦, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୬, କେନ୍ଦୁଝରରୁ ୫୩, ଖୋର୍ଦ୍ଧାରୁ ୬୧, କୋରାପୁଟରୁ ୧୦, ମାଲକାନାଗିରରୁ ୪, ମୟୁରଭଞ୍ଜରୁ ୫୮, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୪, ନୂଆପଡ଼ାରୁ ୫, ପୁରୀରୁ ୨୦, ରାୟଗଡ଼ାରୁ ୪, ସମ୍ବଲପୁରରୁ ୪୦, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୬୪, ଷ୍ଟେଟ ପୁଲ୍‌ରୁ ୧୩ଜଣ ଚିହ୍ନଟ ହୋଇଛନ୍ତି ।

SR

Related posts

ବଡ଼ବଡୁଆ ଡାକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

mahabharatanews

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

mahabharatanews

ଜିଲ୍ଲା କୋଭିଡ ଫଣ୍ଡକୁ ୪୬ ଲକ୍ଷ ଟଙ୍କା ପ୍ରଦାନ କଲେ ଚିତ୍ରକୋଣ୍ଡା ବିଧାୟକ

mahabharatanews