ଓଡିଶା

ପୁରୀରୁ ଆଉ ୮୬ କରୋନା ପଜିଟିଭ ଚିହ୍ନଟ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଆଉ ୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖା ୨୬୭୭ରେ ପହଁଞ୍ଚିଛି। ସେଥିରୁ ମୋଟ ୧୬୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଜିଲ୍ଲାରେ ଆଜି ସୁଦ୍ଧା କରୋନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ଏବେ ସମୁଦାୟ ୧୦୨୮ଟି ଆକ୍ଟିଭ କେସ ରହିଛି। ଆଜି ପର୍ୟ୍ୟନ୍ତ ଜିଲ୍ଲାରେ ସର୍ବମୋଟ ୫୧ ହଜାର ୭୦୪ଟି ନମୂନା ସଂଗ୍ରହ କରାଯାଇଛି । ଅନ୍ୟପଟେ ପୁରୀ ପୌରାଞ୍ଚଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖା ୯୩୯ରେ ପହଁଚିଛି । ସେଥିରୁ ୪୧୭ଟି ଆକ୍ଟିଭ କେସ ରହିଛି । ୫୨୧ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀର ଆଇଡିଏଚ ହସ୍ପିଟାଲରେ ୧୦୦ ବେଡ଼ ବିଶିଷ୍ଟ ଆଇସିୟୁ କମ୍ପ୍ଲେକ୍ସକୁ କାର୍ୟ୍ୟକ୍ଷମ କରାଯାଇଛି। ଏହି ଆଇସିୟୁରେ ଅତ୍ୟାଧୁନିକ ମେସିନ ରହିଛି । ଗୁରୁତର ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ପ୍ରଶାସନର ଆଶା ରହିଛି।

Related posts

ବିଧାୟକଙ୍କ ନାଁରେ ଠକେଇ

mahabharatanews

କରୋନା ସଚେତନତା ପାଇଁ ବିଏମସିର ୨ ଦିନିଆ କର୍ମଶାଳା

mahabharatanews

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

mahabharatanews