ଓଡିଶା

ନଦୀକୁ ଡେଇଁ ଛାତ୍ରୀ ନିଖୋଜ

(ମହାଭାରତ, ସାଲେପୁର): ସାଲେପୁର ନିଶ୍ଚିନ୍ତକୋଇଲି ବରପଡା ନିକଟରେ ପୋଲ ଉପରୁ ନଦୀକୁୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ବରପଡା ଲୁଣା ନଦୀ ବନ୍ଧ ଉପରେ ଛାତ୍ରୀ ଜଣଙ୍କ ସାଇକେଲ ରଖି ଡେଇଁ ପଡିଥିବା ଅନୁମାନ କରାଯାଉଛି । ଉକ୍ତ ଛାତ୍ରୀ ଜଣକ ସ୍ଥାନୀୟ ଏକ କଲେଜର ଯୁକ୍ତ ୨ରେ ପାଠ ପଢୁଥିଲେ । ସୋମବାର ସେ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ତାଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି । ତେବେ ଛାତ୍ରୀ ଜଣକ ନଦୀକୁ ଡେଇଁବା ନେଇ କାରଣ ଏଯାଏ ଜଣାପଡିନାହିଁ ।

Related posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ଅପେକ୍ଷା ୬ ଦିନ  

mahabharatanews

ସବପଲ୍ଲୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା

mahabharatanews

ଏଣିକି କାଠ ଚେୟାରରେ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ 

mahabharatanews