ଓଡିଶା

ନଦୀକୁ ଡେଇଁ ଛାତ୍ରୀ ନିଖୋଜ

(ମହାଭାରତ, ସାଲେପୁର): ସାଲେପୁର ନିଶ୍ଚିନ୍ତକୋଇଲି ବରପଡା ନିକଟରେ ପୋଲ ଉପରୁ ନଦୀକୁୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ବରପଡା ଲୁଣା ନଦୀ ବନ୍ଧ ଉପରେ ଛାତ୍ରୀ ଜଣଙ୍କ ସାଇକେଲ ରଖି ଡେଇଁ ପଡିଥିବା ଅନୁମାନ କରାଯାଉଛି । ଉକ୍ତ ଛାତ୍ରୀ ଜଣକ ସ୍ଥାନୀୟ ଏକ କଲେଜର ଯୁକ୍ତ ୨ରେ ପାଠ ପଢୁଥିଲେ । ସୋମବାର ସେ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ତାଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି । ତେବେ ଛାତ୍ରୀ ଜଣକ ନଦୀକୁ ଡେଇଁବା ନେଇ କାରଣ ଏଯାଏ ଜଣାପଡିନାହିଁ ।

Related posts

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର

mahabharatanews

ବାତ୍ୟାକୁ ନେଇ ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାର

mahabharatanews

ଅକ୍ଟୋବରରେ ତୃତୀୟ ଲହର, ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁ ପାରେ

mahabharatanews