ଓଡିଶା

ନୂଆବର୍ଷ ଭୋଜି ଖାଇ ଜୀବନ ଗଲା

(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ଆରଡି ଠାରେ ଏକ ଅଘଟଣ ଘଟିଛି । ଆରଡି ଛକସ୍ଥିତ ସୁଗୁନା ଫୁଡ୍ସ ଗେଷ୍ଟ ହାଉସରେ ନୂଆବର୍ଷ ଭୋଜି ଖାଇ ଜଣେ ବ୍ୟକ୍ତିଙ୍କୁ ପ୍ରାଣ ହରାଇଛନ୍ତି । ଗତ କାଲି ଗେଷ୍ଟ ହାଉସରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ଖୋର୍ଦ୍ଧା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସୁଗୁନା ଫୁଡ୍ସ କମ୍ପାନୀରେ ସେ ସୁପରଭାଇଜର ଭାବେ କାମ କରୁଥିଲେ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଗତ ବୁଧବାର ଉକ୍ତ ବ୍ୟକ୍ତି ଜଣକ କମ୍ପାନ କର୍ମଚାରୀମାନଙ୍କ ସହ ମିଶି ଗେଷ୍ଟ ହାଉସରେ ଭୋଜି କରିଥିଲେ । ତେବେ ପରଦିନ ସକାଳେ ତାଙ୍କ ମୃତଦେହ ଗେଷ୍ଟ ହାଉସରେ ପଡିଥିବା ଜଣେ କର୍ମଚାରୀ ଦେଖିଥିଲେ । ତାଙ୍କୁ ତୁରନ୍ତ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Related posts

ମୁଖ୍ୟମନ୍ତ୍ରୀଙ୍କ ଧର୍ମକୁ ଆଖିଠାର

mahabharatanews

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର

mahabharatanews

ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷ ପୁରୀ ଠାରେ ଜିଲ୍ଲା ଓଏଏସ ଅଧିକାରୀ ସଂଘର ବୈଠକ ଅନୁଷ୍ଠିତ

mahabharatanews