ଅପରାଧ

ପୋଖରୀରୁ ନବଜାତର ମୃତଦେହ ଉଦ୍ଧାର

(ମହାଭାରତ, ନୟାଗଡ): ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଥାନା ଅଧୀନ କରବର ଗାଁରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଏହି ଗାଁର ଏକ ପୋଖରୀରେ ଏକ ନବଜାତକର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ନବଜାତଟି ଏକ ପଲିଥିନରେ ଗୁଡା ହୋଇ ପୋଖରୀ ମଧ୍ୟରେ ଭାସୁଥିବା ଲକ୍ଷ୍ୟ କରାଯାଇଛି । ତେବେ ଏଭଳି କାଣ୍ଡ ପଛରେ କିଏ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ । ଖବର ପାଇ ମଧ୍ୟ ଦୀର୍ଘ ସମୟ ଧରି ପୋଲିସ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତ ୧୪ ତାରିଖରେ ମଧ୍ୟ ଖଣ୍ଡପଡା ଏନଏସିର ଦୁଇ ନମ୍ବର ୱାର୍ଡର ଏକ ମସଜିଦ ନିକଟରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁରମାନେ ଖାଉଥିବା ଦେଖିବାକୁ ମିଳିଥିଲା । ୪ ମାସ ପୂର୍ବେ ନୟାଗଡ ସଦର ମହକୁମାର ଏକ କ୍ଲିନିିକରେ ଭ୍ରୁଣ ହତ୍ୟା ହେଉଥିବା ଖବର ପାଇ ପ୍ରଶାସନ କ୍ଲିନିକକୁ ସିଲ କରିଥିଲା । ଏହା ସତ୍ତେ୍ୱ ଏଠାରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

Related posts

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews

ଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତ

mahabharatanews

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

mahabharatanews