ଓଡିଶା

ଖୋର୍ଦ୍ଧା ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ

(ମହାଭାରତ, ଖୋର୍ଦ୍ଧା): ଖୋର୍ଦ୍ଧାରେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସ୍ଥାନୀୟ ହାବେଳି ପଡିଆ ଠାରେ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନଗର ଉନ୍ନୟନ ବିଭାଗ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଐତିହ୍ୟ, କଳା ଓ ସଂସ୍କୃତି ସମ୍ପନ୍ନ ଭାବେ ପରିଚିତ ଏହି ଜିଲ୍ଲା ଇଂରେଜ ମାନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଥିଲେ । ଏହି ମେଳାରେ ବିଭିନ୍ନ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ୨୦୦ଟି ଷ୍ଟଲ ରହିଛି । ଏହି ମେଳା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବନ କରିବା ପାଇଁ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ଉତ୍ପାଦିତ ସାମଗ୍ରୀ ବର୍ଷ ତମାମ ବିକ୍ରୟ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଏହି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିିରିନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋରଂଜନ ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଉପସ୍ଥିତ ଥିଲେ ।

ଜିଲ୍ଲା ପ୍ରଶାସନ ଓରମାସ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୁଲ୍ୟରେ ହାବେଳି ପଡ଼ିଆ ଠାରେ ପଲ୍ଲୀଶ୍ରୀ ଓ ପୁସ୍ତକ ମେଳା ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କର ପଂଚାୟତିରାଜ, ପାନୀୟ ଜଳ ଆଇନ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଜେନା ଯୋଗ ଦେଇ ଉତ୍ସବଟିକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଖୋରଧା ଐତିହ୍ୟ କଳା ଓ ସଂସ୍କୃତି ସଂପନ୍ନ ଜିଲ୍ଲା ଇଂଗ୍ରେଜ ସରକାରଙ୍କ ବିରୋଧରେ ଏହି ଠାରୁ ପ୍ରଥମେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଖୋରଧା ଜିଲ୍ଲାର ବିକାଶ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହି ପଲ୍ଲିଶ୍ରୀ ମେଳା ମାଧ୍ୟମରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ସେମାନଙ୍କ ସାମଗ୍ରୀ ବିକ୍ରୟ କରିବା ପାଇଁ ସୁଯୋଗ ପାଉଛନ୍ତି । ପଲ୍ଲୀଶ୍ରୀ ମେଳାରେ ବିଭିନ୍ନ ବିଭାଗ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କର ୨୦୦ଟି ଷ୍ଟଲ ହୋଇଛି । ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବନ କରିବା ପାଇଁ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ଉତ୍ପାଦିତ ସାମଗ୍ରୀ ବର୍ଷ ତମାମ ବିକ୍ରୟ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ପଲ୍ଲୀଶ୍ରୀ ମେଳା ସହ ପୁସ୍ତକ ମେଳା ଆୟୋଜିତ ଆନନ୍ଦର କଥା । ଖୋରଧା ଜିଲ୍ଲାର ସହରାଚଂଳରେ ସମସ୍ତଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ସବୁ ଯାଗାକୁ ପିଇବା ପାଣି ପାଇପ ଯୋଗେ ଯୋଗାଇ ଦିଆଯିବ । ଜିଲ୍ଲାର ସବୁ ବ୍ଲକ୍ରେ ଜେ.ଏମ୍.ଏଫ.ସି ଅଦାଲତ ସ୍ଥାପନ କରାଯିବ । ଜନସାଧାରଣଙ୍କର ସୁବିଧା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ସରକାର ଓ ୫-ଟି କାର୍ୟ୍ୟକାରୀ କରିଛନ୍ତି । ଏହି ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ସଫଳ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଖୋରଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସଭାପତିତ୍ୱ କରି ତାଙ୍କ ଅଭିଭାଷଣରେ ଗ୍ରାମାଚଂଳ ଓ ସହରାଚଂଳରେ ଥିବା ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବନଶୀଳ କରିବା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଚିଲିକା ବିଧାୟକ ତଥା ଖୋରଧା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗବ୍ଦେବ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭିତି ଭୂମିର ବିକାଶ ପାଇଁ ଗୁରତ୍ୱ ଦେଉଛନ୍ତି ଗ୍ରାମାଚଂଳର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଆମର ଆର୍ଥିକ ଅଭିବୃଦ୍ଧି କରାଯାଇ ପାରିବ । ଖୋରଧା ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୫୧ ଗୋଟି ଟଙ୍କା ଋଣ ଯୋଗାଇ ଦିଆଯାଇଛି, ମିଶନ ଶକ୍ତି ଓ ଜୀବିକା ମିଶନକୁ ଏକତ୍ରିକରଣ କରି କାର୍ୟ୍ୟକ୍ରମମାନ କରାଯାଉଛି । ଖୋରଧା ସହର ଓ ଖୋରଧା ଜିଲ୍ଲାର ଉନ୍ନତି ପାଇଁ ସରକାର ଗୁରୁତ୍ୱ ଦେଇ କାର୍ୟ୍ୟ କରୁଛନ୍ତି । ଖୋରଧାରେ ଏକ ସ୍ପୋର୍ଟସ୍ କମ୍ପେ୍ଲକ୍ସ ନିର୍ମାଣ କରାଯିବ । ଜିଲ୍ଲାର କଳା ସାହିତ୍ୟ ଓ ସଂସ୍କୃତିର ସର୍ବାଙ୍ଗିନ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ୟ୍ୟକାରୀ କରୁଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଖୋରଧା ବିଧାୟକ ଜ୍ୟୋତିିରିନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋରଂଜନ ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଉପସ୍ଥିତ ଥିଲେ । ସଭା କାର୍ୟ୍ୟରେ ସାଂସ୍କୃତିକ କାର୍ୟ୍ୟମାନ ଅନୁଷ୍ଠିତ ହୋଇଥିଲା । ଶେଷରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଅଂଶ ଗ୍ରହଣ କରିଥିବା ସାଂସ୍କୃତିକ ଦଳମାନଙ୍କୁ ସମ୍ବର୍ଦ୍ଧନ କରିଥିଲେ ।

Related posts

ଶାଢ଼ୀ ସେଣ୍ଟର ସିଲ୍ କରିବାକୁ ଯାଇ ଦୋକନରେ ଅଟକ ରହିଲେ ବିଏମସି ଅଧୀକାରୀ

mahabharatanews

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

mahabharatanews

ଅମ୍ଫାନ କ୍ଷୟକ୍ଷତିର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ

mahabharatanews