ଓଡିଶା

ଅଷ୍ଟମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ଜଣେ ନବ ବିବାହିତା ବୋଲି ପୀଡିତାଙ୍କ ମା ଲିଖିତ ଅଭିଯୋଗ କରିଛନ୍ତି । ପୀଡିତା ଛାତ୍ରୀ ଜଣକ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳକୁଷ ଗାଁର ବାସିନ୍ଦା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ଛାତ୍ରୀ ଜଣକ ନିଜ ବାରିପଟେ ଶୌଚ ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଏକୁଟିଆ ପାଇଁ ଅଭିଯୁକ୍ତ ଯୁବକ ଜଣକ ଜୋର ଜବରଦସ୍ତ ଟେକି ନେଇଥିଲେ । ଏକ ନିଛାଟିଆ ଜାଗାରେ ଛାତ୍ରୀଙ୍କ ପାଟିରେ ଗାମୁଛା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏବିଷୟରେ ଘର ଲୋକଙ୍କୁ ଜଣାଇଲେ ତାଙ୍କୁ ଜୀବନରେ ମାରିଦେବାକୁ ଯୁବକ ଜଣକ ଧମକ ଦେଇଥିଲେ । ତେବେ ତା ପରଦିନ ଉକ୍ତ ଯୁବକ ଜଣକ ପୁଣି ଛାତ୍ରୀଙ୍କୁ ସ୍କୁଲ ଛୁଟି ହେବା ପରେ ପ୍ରଲୋଭନ ଦେଖାଇ ପୁଣି ଡାକିଥିଲେ । କିନ୍ତୁ ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା କଥା ନିଜ ମାଆଙ୍କୁ କହିଥିଲେ । ଏନେଇ ଛାତ୍ରୀଙ୍କ ମାଆ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସତ୍ୟବାଦୀ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

Related posts

କମିଶନରେଟ ପୁଲିସରେ ଫିଟନେସ୍‌ କୋର୍ସ ଆରମ୍ଭ

mahabharatanews

ସ୍ୱାମୀର ନାରକୀୟ କାଣ୍ଡ, ବାଲଟିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା

mahabharatanews

ମହିଳାଙ୍କୁ କମେଣ୍ଟ ମାରିବାରୁ ଯୁବକଙ୍କୁ ମିଳିଲା ଉତ୍ତମ ମଧ୍ୟମ

mahabharatanews