ଓଡିଶା

ଯୌତୁକ ପାଇଁ ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ

(ମହାଭାରତ, ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବିନିକାପଡାରେ ଏକ ଅଭାବନୀୟ ଘଟଣା ଦେଖାଯାଇଛି । ଯୌତୁକ ପାଇଁ ଜଣେ ବିବାହିତା ମହିଳାଙ୍କ ଦେହରେ ଶାଶୂଘର ଲୋକେ କିରୋସିନି ଢାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ୨୧ ବର୍ଷିୟା ପୂଜା ସାହୁ ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ମହିଳା ଜଣକ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ । ପରେ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରାୟ ବର୍ଷକ ତଳେ ଏହି ଗାଁର ଦୋଳମଣିଙ୍କ ସହ ପୂଜାଙ୍କର ବାହାଘର ହୋଇଥିଲା । କିଛି ଦିନ ଠିକ୍ଠାକ୍ ଚାଲିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ବିବାହିତା ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏହାକୁ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ପୂଜାଙ୍କ ଦେହରେ ନିଆଁ ଲାଗିଥିବା ବେଳେ ତାଙ୍କ ସ୍ୱାମୀ ଅନୁପସ୍ଥିତ ଥିଲେ । କିନ୍ତୁ ତାଙ୍କ ଶାଶୂ ଓ ଶ୍ୱଶୁର ଉପସ୍ଥିତ ଥିଲେ ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ବିନିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏନେଇ ତନାଘନା ଚଳାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବିନିକାପଡାରେ ଗତକାଲି ଜଣେ ବିବାହିତା ମହିଲା ପୁଜା ସାହୁ, ବୟସ (୨୧) ଦେହରେ କିରୋସିନୀ ଢାଳି ହୋଇ ନିଆଁ ଲଗାଇ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି ଓଖବର ପାଇଁ ଘଟଣା ସ୍ଥଳକୁ ବିନିକା ପୋଲିସ ପହଂଚି ଶବକୁ ଜବତ କରିଛି ଓହେଲେ ମହିଳାର ଶବକୁ କୌଣସି ଶବ ବାହକ ଗାଡିରେ ଡାକ୍ତରଖାନାକୁ ଅଣା ଯାଇନାହିଁ ଓଡାଲା ରିକ୍ସାରେ ଡାକ୍ତରଖାନାରେ ଅଣା ଯାଇଛି ଓ ବର୍ତମାନ ମଧ୍ୟ ମହିଳାର ଶବ ଡାଲା ଉପରେ ଲୋଡ଼ ହୋଇ ପଡ଼ିରହିଛି ଓଘଟଣାଟି କେମିତି ଘଟିଛି କାରଣ ଅସ୍ପଷ୍ଟ ରହିଛି ଓ

Related posts

ନିର୍ବାଚନ ଲଢ଼ିବେନି ପାଣ୍ଡିଆନ୍ 

mahabharatanews

ରାଜଧାନୀରେ ସରିଜି ଲୁଟ୍

mahabharatanews

ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା

mahabharatanews