ଡେରାବିଶ/କେନ୍ଦ୍ରାପଡା: ସମଗ୍ର ବିଶ୍ୱରେ କରୋନା ମହାମାରୀ ଘୋଷଣା ହେବା ପରେ ପାଣି ପାଇପ ମିସ୍ତ୍ରୀ ଓ ହେଲପର ଭାବେ କାର୍ଯ୍ୟକରି ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ରାଷ୍ଟ୍ରକୁ ଯାଇଥିବା କେନ୍ଦ୍ରାପଡା ଜିଲ୍ଲାର ଲୋକେ ଘରକୁ ଫେରୁଛନ୍ତି । ବିଦେଶରେ କରୋନା କାୟା ବିସ୍ତାର କରୁଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ଅନେକଙ୍କ ପରିବାର ଏବେ କରୋନା ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି । ଏହି ପରିସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ôଚଛନ୍ତି ଓମାନ, ଦୁବାଇ, ବ୍ୟାଙ୍କକ, ସୁବାଲ, ବାହାରିନ, କୁଏତ ପ୍ରଭୃତି ରାଷ୍ଟ୍ରରେ ରହୁଥିବା ୨୧ ଜଣ ପାଣିପାଇପ ମିସ୍ତ୍ରୀ । ଏହି ବିଦେଶ ଫେରନ୍ତାମାନଙ୍କୁ ଆସେଲେସନରେ ୧୫ ଦିନ ପାଇଁ ଏକୁଟିଆ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟବିଭାଗ ପରାମର୍ଶ ଦେଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଅନ୍ୟ ପକ୍ଷରେ ବିଦେଶରେ ରହି କାମ କରୁଥିବା ଲୋକେ ଏହି ସମୟରେ ସ୍ୱଦେଶକୁ ଫେରିପାରୁନଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି । ଯେଉଁମାନେ ବିଦେଶରେ ଫସି ରହିଛନ୍ତି ସେମାନଙ୍କ ପରିବାର ବର୍ଗ ସେହି ଅସହାୟ ପରିବାର ବର୍ଗଙ୍କୁ ଫେରାଇ ଆଣିବାକୁ ସରକାରକୁ ଗୁହାରୀ କରିଛନ୍ତି ।
previous post