ଓଡିଶା

ଲକଡାଉନକୁ ଫୁ କରି ହେଉଛି ଜନଗହଳି

କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡରୀ ମୌଜାର ସହରମୁଣ୍ଡା ବନ୍ଧରେ ବୁଧବାର ସକାଳ ୭ଟାରେ ଶତାଧିକ ଲୋକଙ୍କ ଉପସ୍ଥିତରେ ମାଛ ମରା ଚାଲିଥିଲା । କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଲକ-ଡାଉନକୁ କଡାକଡ଼ି ପାଳନ କରାଯାଇଛି । କିନ୍ତୁ ଜନତା ସଚେତନ ହେବା ବଦଳରେ ଲକ-ଡାଉନ ନିୟମ କୁ ‘ଫୁ’ କରିଛନ୍ତି ସମ୍ପୃକ୍ତ ବସ୍ତିର ଲୋକେ । ଏଭଳି ଜନଗହଳିରେ ମାଛ ମରା ·ଲିଥିବା ବେଳେ ଘଟଣା ସମ୍ପର୍କରେ କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀଙ୍କୁ ଫୋନ ଯୋଗେ ଘଟଣା ସ୍ଥଳରୁ ଜନୈକ ଯୁବକ ଉପସ୍ଥିତ ରହି ସୂଚନା ଦେଇଥିଲେ । କିନ୍ତୁ ଥାନା ଆଇଆଇସି ଶ୍ରୀଯୁକ୍ତ ତ୍ରିପାଠୀ ମାଛ ମାରିବା ଅପରାଧ ନାହିଁ କିନ୍ତୁ ଲୋକ ଗହଳି ହେବା ନିୟମ ବିରୋଧୀ ଏବଂ ଦେଖିବା କହି କଥାକୁ ହାଲକା ନେଇ ଚୁପ ବସିଯାଇଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ଜନତା ସଚେତନ ନହେବା ଅନ୍ୟ ପଟେ ପୁଲିସ ପ୍ରଶାସନ ଘଟଣାସ୍ଥଳକୁ ନଯିବା କିମ୍ବା ଲକଡାଉନ ଭଙ୍ଗ କରିଥିବା ବେଳେ ପୁଲିସ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନନେବା ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା ପ୍ରକଟ ପାଇଛି । ଏହି ଘଟଣା ପ୍ରତି ଜିଲ୍ଲା ଏସପି ହସ୍ତକ୍ଷେପ ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି ।

Related posts

ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ, ୫ ଜଣ ଅଟକ

mahabharatanews

ଗାଧୋଇବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ

mahabharatanews

ସାମ୍ବାଦିକଙ୍କୁ ଠେଙ୍ଗାରେ ମାରିବାକୁ ଥାନା ଅଧିକାରୀଙ୍କ ଉଦ୍ୟମ

mahabharatanews