(ମମତା ସାମଲ): କଟକ ସ୍ଥିତ ଚାଉଳିଗଞ୍ଜ ଓଭର ବ୍ରିଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ କରୋନା ଆକ୍ରାନ୍ତଙ୍କୁ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟି ପଡ଼ିଥିବା ସୂଚନା ମିଳିଛି । ଯାଜପୁରର ୩କରୋନା ରୋଗୀଙ୍କୁ ନେଇ ଆସୁଥିବା ବେଳେ ଏହି ଅଘଟଣ ଘଟିଛି । ଯାଜପୁରରୁ ସମ୍ କୋଭିଡ଼ ହସ୍ପିଟାଲ ଆସୁଥିବା ବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାସହ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ ରୋଗୀଙ୍କର କୌଣସି କ୍ଷତି ହୋଇନାହିଁ । ଅନ୍ୟ ଏକ ଗାଡ଼ିରେ ଆକ୍ରାନ୍ତଙ୍କୁ ସମ୍ କୋଭିଡ଼୍ ହସ୍ପିଟାଲକୁ ପଠା ଯାଇଛି । ପରେ ଆମ୍ବୁଲାନ୍ସ ଓ ଘଟଣାସ୍ଥଳକୁ ସାନିଟାଇଜ କରାଯାଇଛି ।
previous post
next post
