ଓଡିଶା

ନାଳରେ ବୁଡି ଯୁବକ ମୃତ

(ନରସିଂହପୁର / ନିର୍ମଳେନ୍ଦୁ ମିଶ୍ର): କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନିଜିଗଡ଼ ଗ୍ରାମ ପଞ୍ଚାୟତର ମାଧେଇପଦା ଗ୍ରାମରେ ସକାଳୁ ଘଟିଯାଇଛି ଏକ ଅଘଟଣ।ମାଧେଇପଦା ଗ୍ରାମର ପ୍ରକାଶ ଜେନା ବୟସ ୪୫ ବର୍ଷ ଗ୍ରାମ ନିକଟରେ ଥିବା ଚତରା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ପାଦ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ। ଗ୍ରାମର ଅନ୍ୟମାନେ ଯେତେବେଳେ ଗାଧୋଇବାକୁ ଆସିଲେ ସେମାନେ କେହି ଭାସୁଥିବାର ଦେଖିବା ପରେ ନରସିଂହପୁର ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଂଚିବା ପୂର୍ବରୁ ଗ୍ରାମବାସୀ ପାଣିରେ ଭାସୁଥିବା ଯୁବକଙ୍କୁ ଉଦ୍ଧାର କରି କୁଳକୁ ଆଣିଥିଲେ। ସେଠାରୁ ଦମକଳ ଗାଡି ଯୋଗେ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନରସିଂହପୁର ପୋଲିସ ଡାକ୍ତରଖାନା ରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇ ଦେଇଛି।

Related posts

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ

mahabharatanews

ଭାଇରଲ ଭିଡିଓ କୋଭିଡ ପୂର୍ବର

mahabharatanews

ତୁରନ୍ତ ଋଣ ଶୁଝିବାକୁ ଏସଏଚଜି ଗ୍ରୁପ ମହିଳାଙ୍କୁ ଫାଇନାନ୍ସ କମ୍ପାନୀର ଧମକ

mahabharatanews