ଓଡିଶା

ଜିଲ୍ଲାରେ ୪୯ ପ୍ରବାସୀ ଓଡିଆ କ୍ୱରେଣ୍ଟାଇନରେ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ମାଲକାନଗିରିରେ ଏପର୍ଯ୍ୟାନ୍ତ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ତେବେ ଏଠାରେ ଆଗୁଆ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରର ତଦାରଖ ଓ ପରିଷ୍କାର ପରିଚ୍ଛନ୍ନ ରଖାଯାଇଛି । ତେଣୁ ରାଜ୍ୟ କୋଭିଡ-୧୯ ସେଲର ପ୍ରମୁଖ ସୁବ୍ରତ ବାଗଚି ଏଥିନେଇ ଜିଲ୍ଲାକୁ ପ୍ରଶଂସା କରିଛନ୍ତି । ତେବେ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କ୍ୱରେଣ୍ଟାଇନ ସେଣ୍ଟରରେ ୪୯ ଜଣ ଅବସ୍ଥାନ କରୁଛନ୍ତି ।
ଜିଲ୍ଲାର ଇମେଟଲା ପଞ୍ଚାୟତର ଏମଭି-୬୭ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୯ ଜଣ ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ମହିଳା ଏବଂ ୩୫ ଜଣ ପୁରୁଷ ଅଛନ୍ତି । ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପାଖା ପାଖି ୨୩ ହଜାର ଶ୍ରମିକ ଜିଲ୍ଲାକୁ ଫେରିବାକୁ ଏହା ମଧ୍ୟରେ ପଞ୍ଜିକରଣ କରିଛନ୍ତି । ସରକାର ସେମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ସବୁ ରାଜ୍ୟରୁ ଜିଲ୍ଲାକୁ ଫେରାଇ ଆଣିବା କାମ ଆରମ୍ଭ କରି ଦେଇଛନ୍ତି । ସେମାନଙ୍କୁ ଗତ ଦୁଇ ଦିନ ଧରି ଅଣାଯାଉଛି । ସେମାନଙ୍କୁ ପରୀକ୍ଷା କରି ୨୧ ଦିନ କ୍ୱାରେଣ୍ଟଇନ ରଖାଯିବ । ୨୧ ଦିନ ପରେ ସେମାନଙ୍କୁ ନିଜ ନିଜ ଘରକୁ ଛଡା ଯିବା ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି । ତେବେ ଏମ୍ ଭି ୬୭ ଗ୍ରାମରେ ଯେଉଁ ଶ୍ରମିକ ମାନଙ୍କୁ ରଖା ଯାଇଛି ସେମାନେ ସାମାଜିକ ଦୂରତା ଠିକ ରୂପରେ ମାନୁ ନ ଥିବା ଦେଖିବାକୁ ମିଳୁଛି । ଫଳରେ ଯଦି ସେମାନଙ୍କ ମଧ୍ୟରୁ କେହି ଜଣେ ବି ସଂକ୍ରମିତ ହୋଇଥିବେ ତେବେ ଜିଲ୍ଲା ପ୍ରଶାସନ ପାଇଁ ସ୍ଥିତି ଗମ୍ଭୀର ହୋଇପଡିବ ବୋଲି ଆଶଙ୍କା କରାଯାଉଛି । ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଭାଳେଣି ପଡିଗଲାଣି । ଲୋକେ ମଧ୍ୟ କେତେକାଂଶରେ ଭୟଭୀତ ହୋଇପଡିଛନ୍ତି ।

Related posts

କଳାଜାଇ କରିପାରେ ସଫଳ, ଆଣିପାରେ ବିପର୍ଯ୍ୟୟ ; ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୁଏ ଜାଣନ୍ତୁ

mahabharatanews

ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ

mahabharatanews

କାର-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୨ ଶ୍ରମିକ ମୃତ

mahabharatanews