ଓଡିଶା

ବରୀରେ ବାତ୍ୟା ଅମ୍ଫାନର ପ୍ରଭାବ ରାସ୍ତାରେ ଶୋଇଲା ଗଛ ବିଦ୍ୟୁତ୍ ସଂଯୋଗ ବନ୍ଦ

ବରୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫନ’ର ପ୍ରଭାବ ଯାଜପୁର ଜିଲା ବରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବରୀର ବିଭିନ୍ନ ସ୍ଥାନରେ ପ୍ରବଳ ପବନ ବହିବା ସହ ବର୍ଷା ଲାଗିରହିଛି। ପ୍ରବଳ ପବନ ଯୋଗୁ ରାସ୍ତା ଉପରେ ବହୁ ଗଛ ଭାଙ୍ଗି ପଡ଼ିଛି। ଫଳରେ ଯୋଗାଯୋଗ ବଚ୍ଛିନ୍ନ ହୋଇଛି। ବରୀ ମାଉଣ୍ଟ ଶକ୍ତି ପୀଠ ଠାରୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପର୍ୟ୍ୟନ୍ତ ସମ୍ପୂର୍ଣ ରାସ୍ତା ରେ ଗଛ ଶୋଇଥିବା ବେଳେ ଏହାକୁ ବରୀ ପ୍ରଶାସନ ଗୁରୁତର ସହ ନେଇ ବରୀ ତହସିଲଦାର ସରୋଜ କାନ୍ତ ନାୟକ, ବରୀ ବ୍ଲକ ଭରପ୍ରାପ୍ତ ବିଡ଼ିଓ ଶାଶ୍ବତ ଜେନା, ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କ ସହ ବରୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ରାସ୍ତା ଉପରେ ସୋଇଥିବା ସମସ୍ତ ଗଛକୁ କାଟି ଯୋଗାଯୋଗ ସମ୍ଭବ କରିଥିଲେ। ବରୀ ବ୍ଲକରେ ମୋଟ ୨୯ ପଞ୍ଚାୟତ ମଧ୍ୟରେ ଗମୁ, ସେରପୁର, ଅମଠପୁର, ମଧୁସୂଦନପୁର, ଉଦୟନାଥପୁର, ରତଳାଙ୍ଗ ଭଅଁରା ଆଦି ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପରିଚାଳନା କମିଟିର ସଭାପତି ଉକ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ପ୍ରବଳ ବର୍ଷା ଓ ପବନ ସତ୍ତ୍ୱେ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ କେହି ଆଶ୍ରୟ ନେଇ ନ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏତଦ୍‌ବ୍ୟତିତ ବରୀ ଅଞ୍ଚଳରେ ମଙ୍ଗଳବାର ରାତିରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବରୀ ଅଞ୍ଚଳରେ ପବନ ଯୋଗୁ ବହୁ ଚାଳଛପର ଘର ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି।

Related posts

ଖୋଲିଲା ଆଉ ୧୦ଟି ଗେଟ 

mahabharatanews

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

mahabharatanews

ବଟେଶ୍ୱର ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ

mahabharatanews