ଓଡିଶା

ଶାଢ଼ୀ ସେଣ୍ଟର ସିଲ୍ କରିବାକୁ ଯାଇ ଦୋକନରେ ଅଟକ ରହିଲେ ବିଏମସି ଅଧୀକାରୀ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ବ୍ରହ୍ମପୁର ଅର୍ଣ୍ଣପୁର୍ଣ୍ଣା ମାର୍କେଟ ସ୍ଥିତ କଳାମନ୍ଦିର ଶାଢି ସେଣ୍ଟରରେ ଉତ୍ତେଜନା । କରୋନାର ଭୟକୁ ଫୁ କରି ସମାଜିକ ଦୂରତା ପାଳନ କରାଯାଉନଥିବା ଅଭିଯୋଗ ହେବାପରେ ସମସ୍ତ ଦୋକାନ ବଜ଼ାର ବନ୍ଦ କରାଯାଇଥିଲା । କିନ୍ତୁ ଏହି ଦୋକାନୀମାନେ ସରକାରୀ ନିୟମକୁ ବେଖାତିର କରି ବିଳମ୍ବରେ ଦୋକାନ ବନ୍ଦ କରୁଥିବା ଅଭିଯୋଗ ହୋଇଥିଲା । ଏହି ସମସ୍ତ ନିୟମ ପାଳନ କରୁନଥିବାରୁ ବିଏମସି କର୍ମଚାରୀମାନେ ଆଜି ଏହି ଦୋକାନ ଭିତରକୁ ଯାଇ ଏହାକୁ ବାରଣ କରିବାରୁ ଦୋକାନରେ ଥିବା ମହିଳା ଓ ପୁରୁଷ କର୍ମଚାରିମାନେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ । ବିଏମ୍ସିର ଏନ୍ଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତଙ୍କୁ ମଧ୍ୟ ଦୋକାନ ମାଲିକ ଓ କର୍ମଚାରୀମାନେ ଦୋକାନ ଭିତରେ ଅଟକ ରଖିଥିଲେ । ଏହାସହ ଦୋକାନ ସମ୍ମୁଖରେ କର୍ମଚାରୀମାନେ ଧାରଣ ଦେଇଥିଲେ । ପରେ ବଡ଼ ଧରଣର ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବାପରେ ପୋଲିସ ପହଂଚି ବୁଝାସୁଝା କରିବା ପରେ ମଧ୍ୟ ଦୋକାନୀ ମାଲିକ, କର୍ମଚାରୀ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଘଟଣା ସ୍ଥଳରେ ଏଏସପି ପ୍ରଭାତ ରାଉତ ରାୟ ପହଞ୍ଚି ଦୋକାନୀ ମାଲିକଙ୍କ ସହ ଆଲୋଚନା ପରେ ମଧ୍ୟ ପରିସ୍ଥିତି ବିଗିଡି ବାରେ ଲାଗିଥିଲା । ପରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ବ୍ରହ୍ମପୁର କାର୍ୟ୍ୟନିର୍ବାହି ମାଜିଷ୍ଟ୍ରେଟ ପୋଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି କଳାମନ୍ଦିର ଶାଢି ସେଣ୍ଟର ଓ ତାକୁ ଲାଗି ଥିବା ଶ୍ରୀ ଚନ୍ଦନ କଲେକ୍ସନକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଦୋକାନମାଲିକଙ୍କୁ ଟାଉନ ଥାନାରେ ଅଟକ ରଖିଥିଲା ପୋଲିସ ।

Related posts

୨୦ଜଣ ସରପଞ୍ଚଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

ଧାମନଗରରେ ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେପି

mahabharatanews

ବିଦ୍ୟୁତ ସଂଯୋଗ କାଟିବାକୁ ନେଇ ବିଭାଗୀୟ କର୍ମଚାରୀଙ୍କୁ ଆକ୍ରମଣ

mahabharatanews