ଓଡିଶା

ତ୍ରିରଙ୍ଗା ସ୍ୱେଚ୍ଛାସେବି ଅନୁଷ୍ଠାନ ପକ୍ଷରୁ ଧର୍ମଶାଳା ଥାନା ଅଧିକାରୀଙ୍କୁ ସମ୍ମାନିତ

(ଯାଜପୁର/ଦୀପକ କୁମାର): କରୋନ ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି । ଏହି ସମୟରେ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ କିଛି ଯୋଦ୍ଧା ନିଜ ଜୀବନକୁ ବାଜ ିଲଗାଇ ସମାଜ ପାଇଁ ଅହରହ ସେବା ଯୋଗାଇ ଅସୁଛନ୍ତି । ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତାର, ନର୍ସ, ପୁଲିସ ସଫେଇ କର୍ମଚାରୀ ଆଶାଦିଦି ଓ ଅଙ୍ଗନବାଡି କର୍ମୀ । ଏନେଇ ଆଜି ଯାଜପୁରର ଅଗ୍ରଣୀ ତ୍ରୀରଙ୍ଗା ସ୍ୱେଚ୍ଛାସେବୀ ସଂଗଠନ ଓ ଆଶାର ଆଲୋକ ପକ୍ଷରୁ ଧର୍ମଶାଳା ଥାନା ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି । ଏହି ସଂଗଠନର କର୍ମକର୍ତ୍ତାମାନେ ଲକଡାନ ହେବା ଦିନରୁ ଗରିବ ଅସହାୟଙ୍କ ସେବା କରି ବହୁ ପ୍ରଶଂସା ସାଉଁଟିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଭୟ ସଂଗଠନର ସଭାପତି ,ସମ୍ପାଦକଙ୍କ ସହ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts

କୋଭିଡ-୧୯ ପାଇଁ ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲ ସହ ଏମଓୟୁ ସ୍ଵାକ୍ଷର

mahabharatanews

୨ ମହଲା ଛାତ ଘର ଭୁଶୁଡି ଅନ୍ୟ ୩ ଲୋକ ପ୍ରଭାବିତ

mahabharatanews

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews