ଓଡିଶା

ପାଟଣା ଥାନାରେ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ନିରପେକ୍ଷ ତଦନ୍ତ ଦାବି କଲେ ଅଞ୍ଚଳବାସୀ

(ପାଟଣା/ବିଜୟ କାରୁଆ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ତାଳସରୁଆ ଗ୍ରାମର ଜଣେ ଯୁବକକୁ ଥାନା ଅଧିକାରିଣୀ ଥାନା ଭିତରେ ଅମାନୁଷିକ ଭାବେ ଥାର୍ଡ ଡ଼ିଗ୍ରୀ ମାଡ ମାରିବା ଘଟଣାରେ ପାଟଣା ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ବାବଦରେ ଅଞ୍ଚଳ ବାସୀଙ୍କ ଦ୍ୱାରା ଏକ ସ୍ବାକ୍ଷରିତ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ, ପୋଲିସ ଡି.ଜି, ଏସ.ଡି.ପି.ଓ ଘଟଗାଁ, କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ପାଟଣା ବିଧାୟକ,କେନ୍ଦୁଝର ସାଂସଦ ଙ୍କୁ ପ୍ରଦାନ କରାଯାଇଛି । ଥାନା ମଧ୍ୟରେ ହୋଇଥିବା ଥାର୍ଡ ଡିଗ୍ରୀ ଘଟଣାର ଉପଯୁକ୍ତ ନିରପେକ୍ଷ ତଦନ୍ତ କରାଯାଇ ଦଣ୍ଡବିଧାନ କରିବାକୁ ଅଞ୍ଚଳବାସୀ ଦାବି ପତ୍ର ରେ ଦର୍ଶାଇଛନ୍ତି। ତେବେ ଦେଖିବାକୁ ବାକିରହିଲା ଅଂଚଳବାସୀ ଦେଇଥିବା ଦାବିପତ୍ରରେ ପ୍ରଶାସନ କିପରି ଭାବେ ଗାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ?

Related posts

କଲେଜ ନ ଯାଇ ଦରମା ନେବା ଦୁର୍ନୀତି କି?

mahabharatanews

ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews

ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଯୁଗ୍ମ ପ୍ରଶାସନିକ ଜନଶୁଣାଣି

mahabharatanews