ଓଡିଶା

ଓଡିଶା ଜୀବିକା ମିଶନ ପକ୍ଷରୁ କୋଭିଡି-୧୯ ଋଣ ପ୍ରଦାନ

ଜୟନ୍ତ ସେଠୀ/ ଗୋପ: ବିଶ୍ବ ମହାମାରୀ କରୋନା ସମଗ୍ର ଦେଶରେ କାୟା ବିସ୍ତାର କରିଥିଲା ବେଳେ ସବୁଆଡେ ଲକ୍ ଡାଉନ୍ ଜାରି ରହିଛି । ଫଳରେ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠୀ ବିଶେଷ ଭାବେ କ୍ଷତିରେ ପଡିଛନ୍ତି । ଏମାନଙ୍କ ମଧ୍ୟରେ ବିଭିନ୍ନ ମହିଳା ଗୋଷ୍ଠୀ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କୋଭିଡି-୧୯ ନାମରେ ଓଡିଶା ଜୀବିକା ମିଶନ ସହଯୋଗରେ ଋଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିନେଇ ଏକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପିପିଲି ବ୍ଳକ ଆତ୍ମା ସଂଗଠନର ସଭାପତି ଧରଣୀଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଆଜି ବିଧାୟକଙ୍କ ପ୍ରଚେଷ୍ଠାରେ ତେଇଶିପୁର ପଞ୍ଚାୟତର ୨୯ଟି ମହିଳା ଗୋଷ୍ଠୀଙ୍କୁ ସିଣ୍ଡିକେଟ ଓ କାନାରା ବ୍ୟାଙ୍କ ମାଧ୍ୟମରେ ୧୨ ଲକ୍ଷ ୩୫ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି । ଯାହା ଫଳରେକି ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିବେ । ମହିଳା ଗୋଷ୍ଠୀ ମାନେ ମାଛ, ଘରୋଇ କୁକୁଡା, ଛତୁ, ଘୁଷୁରୀ, ଗାଇ ସହିତ ପନି ପରିବା ଚାଷ ପାଇଁ ଋଣ ପ୍ରଦାନ କରାଯାଇଥିବା ପିପିଲି ବ୍ଳକର ଓଡିଶା ଜୀବିକା ମିଶନର ପ୍ରୋଜେକ୍ଟ ମ୍ୟାନେଜର ଗଣେଶ ଚନ୍ଦ୍ର ସ୍ୱାଇଁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତେଇଶିପୁର ସିଣ୍ଡିକେଟ ଓ କାନାରା ବ୍ୟାଙ୍କ ଶାଖା ପରିଚାଳକ ସଂଗ୍ରାମ କେଶରୀ ସେଠୀ , ତେଇଶିପୁର ସରପଞ୍ଚ ନରେନ୍ଦ୍ର ଦାସ, ବ୍ୟାଙ୍କ ମିତ୍ର ଶୁଭଶ୍ରୀ ମହାରଣା ପ୍ରମୁଖ ଉପସ୍ଥିତିରେ ମହିଳା ଗୋଷ୍ଠୀ ମାନଙ୍କୁ ଚେକ ପ୍ରଦାନ କରାଯାଇଥିଲା ।

Related posts

ଗୁହାଳ ଘରେ ନିଆଁ ଲାଗି ଗାଈ ମୃତ

mahabharatanews

ଅଂଶୁଘାତ ପାଇଁ ଚାଲିଗଲା ଯୁବକ ଜୀବନ,ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

mahabharatanews

ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

mahabharatanews