(ଜଗତସିଂହପୁର/ ଦିଲ୍ଲୀପ ସାହୁ ) : କରୋନା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଉପରେ ପ୍ରଶାସନ ଗୁରୁତ୍ବ ଦେଉଛି । ମଠ,ମନ୍ଦିର,ମସଜିଦ ଆଦି ଧାର୍ମିକ ସ୍ଥଳିରେ ମଧ୍ୟ କଟକଣା ବଳବତ୍ତର ରହିଛି । କୌଣସି ସ୍ଥାନରେ ଲୋକଙ୍କୁ ଏକତ୍ରିତ ହେବାକୁ ପୋଲିସ ପ୍ରଶାସନ ଦେଉନାହିଁ । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଯେଉଁଠି ଏହି ନିୟମର ଖୋଲା ଉଲ୍ଲଘଂନ ହେଉଛି ସେଠାରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି । ଆଜି ଏଇଭଳି ଏକ ଅଭାବ ନୀୟ ଘଟଣା ଘଟିଛି ତିର୍ତୋଲ ଥାନାର କ୍ରିଷ୍ନାନନ୍ଦପୁର ଫାଣ୍ଡି ଅଧିନରେ। କନିମୂଳ,ବିଷନପୁର ଓ କ୍ରିଷ୍ନାନନ୍ଦପୁର ପଞ୍ଚାୟତରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ସ୍ଥାନୀୟ ମସଜିଦରେ ନମାଜ ପାଠ କରୁଥିବା ସମୟରେ ଫାଣ୍ଡି ଅଧିକାରୀ କିଛି ପୋଲିସ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ବାରଣ କରିଥିଲେ । ଏଥିରୁ ସଂଖ୍ୟା ଲଘୁଙ୍କ ମଧ୍ୟରେ ଦେଖାଦେଇଥିଲା ତୀବ୍ର ଅସନ୍ତୋଷ । ରାତି ପ୍ରାୟ ୮ ଘଣ୍ଟା ସମୟରେ ତିନୋଟି ପଞ୍ଚାୟତର ହଜାର ହଜାରଲଘୁ ଲୋକେ କ୍ରିଷ୍ନାନନ୍ଦପୁର ଫାଣ୍ଡି ପାଖରେ ପହଞ୍ଚି ପୋଲିସ କାର୍ୟ୍ୟାନୁଷ୍ଠାନର ପ୍ରତିବାଦ ସ୍ବରୂପ ହୋ ହାଲ୍ଲା କରିଥିଲେ । ପୋଲିସ ଭ୍ୟାନ କୁ ଭାଙ୍ଗି ଦେଇଥିଲେ। ଏସଂପର୍କରେ ସବିଶେଷ ଜାଣିବା ପାଇଁ ତିର୍ତୋଲ ଆଇ ଆଇ ସି ଙ୍କ ସହ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସେ କିଛି ସମୟ ପରେ ଏ ବିଷୟରେ ଜଣାଇବେ ବୋଲି କହିଥିଲେ ।
previous post
next post
