ଓଡିଶା

ଶିଶୁଭବନରେ କରୋନା ଚିହ୍ନଟ ପରେ ଆଉଟଡୋର ବନ୍ଦ

କଟକ: କଟକରେ କରୋନା ସଂକ୍ରମଣ କୂଳ ଲଙ୍ଘିବାକୁ ବସିଲାଣି । ଏହି ଭୂତାଣୁ ସଂକ୍ରମଣର ମାମଲା ମୁଖ୍ୟତଃ ଏସସିବି, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ବାହାରି ଚିନ୍ତା ବଢାଇଦେଇଥିବା ବେଳେ ଏବେ କଟକ ସର୍ଦ୍ଦାର ବଲ୍ଲବଭାଇ ପଟେଲ ସ୍ନାକୋତ୍ତର ଶିଶୁଚିକିତ୍ସା ପ୍ରତିଷ୍ଠାନ (ଶିଶୁଭବନ)ରେ ଭୂତାଣୁର ପାଦ ଚିହ୍ନ ଦେଖିବାକୁ ମିଳିଛି । ଏଥିନେଇ ଶିଶୁଭବନ ଆଉଟଡୋରକୁ ବନ୍ଦ କରି ଦିଆଯାଇଥିବା ସୂଚନା ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ଦେଇଛନ୍ତି। ଶିଶୁ ଭବନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପରବର୍ତ୍ତୀ ନିର୍ଦ୍ଦେଶାବଳୀ ପର୍ଯ୍ୟନ୍ତ ଶିଶୁ ଭବନର ଆଉଟଡୋରକୁ ବନ୍ଦ କରି ଦିଆଯାଇଛି।
ଗତକାଲି କଟକ ଶିଶୁଭବନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଚାର୍ୟ୍ୟ ହରିହର କ୍ୟାନସର ହସ୍ପିଟାଲରୁ ପୁଣି ୩୮ ଜଣ କରୋନା ଆକ୍ରାନ୍ତ ଓ କଟକ ବଡ଼ ମେଡିକାଲରୁ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Related posts

ସମ୍ବଲପୁର ଆକ୍ରମଣ ଘଟଣା: ୧୯ରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

mahabharatanews

ସରପଞ୍ଚ ପାଇବେ ୧୦ ହଜାର

mahabharatanews

ବାଲୁକା କଳାରେ ବିଜୁବାବୁଙ୍କୁ ‘ଭାରତ ରତ୍ନ’ ଦେବାକୁ ନିବେଦନ

mahabharatanews