ଓଡିଶା

ଆଉ ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୦୯ଜଣ ସଙ୍ଗରୋଧ କେନ୍ଦ୍ରର ରହିଛନ୍ତି। ଆଜିର ଆକ୍ର୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୬ କରୋନା ଆକ୍ରାନ୍ତ ରହିଛନ୍ତି ।

ଜିଲ୍ଲାବାରି ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ-୧୬୬, ଯାଜପୁର-୫୭, ବରଗଡ଼ ଜିଲ୍ଲାରୁ ୩୩, ନବରଙ୍ଗପୁର-୨୪, ଜଗତସିଂହପୁର- ୨୩, ଖୋର୍ଦ୍ଧା-୨୧, ସୁନ୍ଦରଗଡ଼ ଜିଲ୍ଲାରୁ ୨୦, ସମ୍ବଲପୁର ଜିଲ୍ଲାରୁ ୧୫, ବାଲେଶ୍ୱର ଜିଲ୍ଲାରୁ ୧୪, ରାୟଗଡ଼ା. କଟକ ଜିଲ୍ଲାରୁ ୧୩,ଅନୁଗୁଳ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୧୨, ବଲାଙ୍ଗୀର ଜିଲ୍ଲାରୁ ୬, , କେନ୍ଦ୍ରାପଡ଼ା ଜିଲ୍ଲାରୁ ୫, କୋରାପୁଟ ଜିଲ୍ଲାରୁ ୧୦, ମୟୂରଭଞ୍ଜ ଜିଲ୍ଲାରୁ ୮, ନୟାଗଡ଼ ଜିଲ୍ଲାରୁ ୪, ପୁରୀ, କନ୍ଧମାଳ ଜିଲ୍ଲାରୁ ୩, କେନ୍ଦୁଝର ଜିଲ୍ଲାରୁ ୨, ଢେଙ୍କାନାଳ, ଗଜପତି , କଳାହାଣ୍ଡି ଜିଲ୍ଲାରୁ ୧ ଲେଖା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Related posts

ପୋଲିସ ଡିଜି ଏବଂ ସେଣ୍ଟ୍ରାଲ ରେଞ୍ଜ IGP ଙ୍କୁ ଚିଠି ଲେଖିଲେ ଚାମେଲୀ

mahabharatanews

ରାସ୍ତାରୁ ଡିଜେଲ ଚାଳିତ ଆମ ବସ୍ ହଟି ଚାଲିବ ଇଭି ଗାଡି

mahabharatanews

ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହିତ ବଢୁଛି ଶୀତ

mahabharatanews