ଓଡିଶା

ରାସ୍ତା ବନ୍ଦ ଥିବାରୁ ଅଟୋରେ ବୁହାହେଲେ ଗର୍ଭବତୀ

(ବନବାସୀ ପ୍ରଧାନ/ବାଲିଗୁଡା):କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଥିବା କାରଣରୁ ଜଣେ ଗର୍ଭବତୀ ମହିଳା କିଭଳି ହଇରାଣ ଭୋଗୁଛନ୍ତି ତାହାର ଏକ ଭିଡିଓ ଏବେ କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରେ ବେଶ ଭାଇରାଲ ହେବାରେ ଲାଗିଛି । ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଗର୍ବଭତୀ ମହିଳା ଜଣଙ୍କୁ ପ୍ରଥମେ ଏକ ଯାତ୍ରୀବାହୀ ଅଟୋରେ ଅଣାଯାଇ ପରେ ବିପଦଜ୍ଜନକ ଭାବେ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସରେ ନିଆଯାଇଥିଲା । ସୂଚନା ଅନୁଯାୟୀ, ମାଣିକେଶ୍ୱର ପଞ୍ଚାୟତ ବରେପାଙ୍ଗାର ରିପୁ ଚନ୍ଦ୍ର ଦିଗାଲଙ୍କ ଗର୍ଭବତୀ ପତ୍ନୀ ଦେବୀ ଦିଗାଲ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାଇକିଆ ହସ୍ପିଟାଲକୁ ନେବା ଲାଗି ୧୦୮ କୁ ଫୋନ କରିଥିଲେ । ଏହାର କିଛି ସମୟ ପରେ ଆମ୍ବୁଲାନ୍ସ ପହଂଚି ଥିଲା । କିନ୍ତୁ ଗମାଣ୍ଡି ଠାରେ ରାସ୍ତା ବନ୍ଦ କାରଣରୁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇ ନ ପାରି ସେଠି ଅଟକି ରହିଥିଲା । ଫଳରେ ପରିବାର ଲୋକେ ଅଟୋରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ରହିଥିବା ସ୍ଥାନକୁ ଆଣିବା ପରେ ତାଙ୍କୁ ଅତି ବିପଦପୂର୍ଣ୍ଣ ଭାବେ ରାଇକିଆ ହସ୍ପିଟାଲକୁ ନେଇଥିଲେ । ସୂଚନାଯୋଗ୍ୟ, ରାଇକିଆର ସ୍ଥାନୀୟ ଅଂଚଳରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୫ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । କିନ୍ତୁ ରାଇକିଆ ପ୍ରଶାସନ ମୁଖ୍ୟ ରାସ୍ତାରେ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ କରିଦେବା ଫଳରେ ଏବେ ଜରୁରୀକାଳୀନ ରୋଗୀ ସେବା ବେଶ ପ୍ରଭାବିତ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ସୁଗଡବାଡ଼ିକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଏଠାରେ ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା ।

Related posts

କାରୋନା ତାଲା ପଡିଲା ପୁରୀ ଜୁଡିସିଆଲ କୋର୍ଟରେ

mahabharatanews

ବାଲି ମାଫିଆଙ୍କ କବଜାରେ ଲୁଣା କରାଣ୍ଡିଆ ନଦୀବନ୍ଧ: ବନ୍ୟା ଆଶଙ୍କାରେ ୧୩ ଗାଁ ଭୟଭୀତ

mahabharatanews

ପୁଅ ନୁହଁ ! କିନ୍ତୁ ପୁଅର କର୍ତ୍ତବ୍ୟ କଲେ

mahabharatanews