(ବିଜୟ କୁମାର କାରୁଆ/ପାଟଣା): କ୍ୱାରେଣ୍ଟାଇନ ସେଣ୍ଟରଗୁଡିକରେ ପ୍ରବାସୀମାନଙ୍କ ନିମନ୍ତେ ରହଣି ଓ ଖାଦ୍ୟପେୟ ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ରହିଥିବା ବେଳେ ତାଙ୍କୁ ବାସି ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କାପୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଖଜୁରୀଡ଼ିହା ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀମାନେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, କାପୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଖଜୁରୀଡିହା ଏମ.ଜି.ଏମ ହାଇସ୍କୁଲକୁ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି । ସେଠାରେ କିଛି ଦିନ ହୋବ ବାଙ୍ଗାଲୋର ଫେରନ୍ତା ଗୋଟିଏ ପରିବାର ୯ଦିନ ହୋବ ରହି ଆସୁଛନ୍ତି । ଏଠାରେ ବାସି ଖାଦ୍ୟ ସାଙ୍ଗକୁ ପିଇବା ପାଣି ନିମନ୍ତେ ଲାଗିଥିବା ଆକ୍ୱାଗାର୍ଡଟି ବହୁ ଦିନ ଧରି ସଫା ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ କ୍ୱାରେଣ୍ଟାଇନ ସେଣ୍ଟର ଦାୟୀତ୍ୱରେ ଥିବା ନୋଡାଲ ଅଧିକାରୀ ଓ ସରପଞ୍ଚକୁ ପଚରାଯିବାରୁ ସେମାନେ ଏନେଇ ସାହାରାପଡା ବିଡିଓଙ୍କ ଠାରେ ଅଭିଯୋଗ କରିବାକୁ କୁହାଯାଉଥିବା ଅନ୍ତେବାସୀମାନେ କହିଛନ୍ତି । ତେବେ ଏଭଳି ଅଭିଯୋଗ ପ୍ରତି ପ୍ରଶାସନ କେତେ ତତ୍ପରତା ଦେଖାଉଛି ତାହା ଦେଖିାକୁ ବାକି ରହିଲା ।
previous post
