ଓଡିଶା

ରାଜ୍ୟରେ ଆଉ ୧୦ ଜୀବନ ନେଲା କରୋନା

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁୁସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩, ଗଜପତିରୁ ଜଣେ ଓ ସୁନ୍ଦରଗଡରୁ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ନୟାଗଡରେ ଜଣେ କରୋନା ରୋଗୀଙ୍କ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଏହା ପରେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୯୯କୁ ବୃଦ୍ଧି ପାଇଥିବା ବେଳେ ଖୋର୍ଦ୍ଧାରେ ୨୫, ଗଜପତିରେ ୧୧, ସୁନ୍ଦରଗଡରେ ୧୯ରେ ପହଞ୍ଚିଛି ।
ଗଞ୍ଜାମରେ ଜଣେ ଡାଇବେଟିସ, ହାଇପର ଟେନସନରେ ପୀଡିତ୫୪ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଡାଇବେଟିସରେ ପୀଡିତ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହିପରି ଜିଲ୍ଲାରେ ଜଣେ ହାଇପରଟେନସନରେ ପୀଡିତ ୬୩ ବର୍ଷୀୟ ବ୍ୟକ୍ତି, ଜଣେ ଡାଇବେଟିସ, ହାଇପୋଥିରୋଇଡିସିମ ପୀଡିତ୫୬ ବର୍ଷୀୟା ମହିଳା ଓ ଜଣେ ହାଇପରଟେନସନରେ ପୀଡିତ ୭୦ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ଜଣେ ୫୬ ବର୍ଷୀୟ ବ୍ୟକ୍ତ, ଯିଏ ହାଇପରଟେନସନ, କରୋନାରୀ ଆଟେରୀ ରୋଗ ଓ ଡାଇବେଟିସରେ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି । ଗଜପତିରୁ ଜଣେ ଡାଇବେଟିସ ଓ ହାଇପରଟେନସନରେ ପୀଡିତ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ଜଣେ ହାଇବେଟିସରେ ପୀଡିତ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ଜଣେ ୭୦ ବର୍ଷୀୟ ଡାଇବେଟିସ ରୋଗୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

Related posts

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କର ମୃତ୍ୟୁ

mahabharatanews

ଆନ୍ତର୍ଜାତୀୟ ଡକ୍ଟରେଟ ପୁରସ୍କାରରେ ସମ୍ମାନିତ ହେଲେ ସାମାଜିକ କର୍ମୀ ଡ. ନବିନ ଚନ୍ଦ୍ର ଗୋରଡା

mahabharatanews

ଅଭିନବ ରୂପରେ ବିବାହ ବାର୍ଷିକୀ ପାଳିଲେ ରାଳବ ଗ୍ରାମର ବାଉରୀ ବନ୍ଧୁ ଦଳାଇ

mahabharatanews