ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସ ୨୦୧୯ ପରୀକ୍ଷାରେ ଦଶମ ସ୍ଥାନ ଅଧିକାର କରିଛନ୍ତି ଜଣେ ଓଡିଆ ଝିଅ ସଂଚିତା ମହାପାତ୍ର । ଭୁବନେଶ୍ୱରର ସଞ୍ଚିତା ତାଙ୍କ ଜିଦରେ କେତେ ଦୃଢ ତାହା ଆଜିର ଫଳ ପ୍ରକାଶ ପାଇବା ପରେ ଜଣା ପଡିଛି । ସଂଚିତା ପୂର୍ବରୁ ଓଏଏସ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ଏହି ସଫଳତାରେ ସେ ସନ୍ତୁଷ୍ଟ ନ ଥିଲେ । ତାଙ୍କର ଲକ୍ଷ୍ୟ ଥିଲା ଆଇଏଏସ ହେବ । ତେଣୁ ଓଏଏସ ପାଇଥିଲେ ମଧ୍ୟ ସେ ତାହାକୁ ଗ୍ରହଣ କରି ନ ଥିଲେ । ସେତେବେଳେ ସେ କହିଥିଲେ, ମତେ ଆଇଏଏସ ହେବାର ଅଛି । ତେଣୁ ଓଏଏସ ହେବାକୁ ଚାହୁଁନାହିଁ । ସେଦିନ ସେ ଯାହା କହିଥିଲେ ଆଜି ତାହା କରି ଦେଖେଇଛନ୍ତି ।
ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଉକ୍ରଳ ବିଳାଶ ଆପାର୍ଟମେଣ୍ଟରେ ସଂଚିତାଙ୍କ ଶ୍ୱଶୁର ଘର ଲୋକେ ବାସ କରନ୍ତି । ପୂର୍ବରୁ ସେ ସେଲରେ କାର୍ଯ୍ୟ କରୁଥିଲେ । କିନ୍ତୁ ୟୁପିଏସସି ପାଇଁ ସେ ଚାକିରି ଛାଡି ଦେଇଥିଲେ । ଆଜିର ଏହି ସଫଳତା ପରେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟାକରି ତାଙ୍କଠାରୁ ଜାଣିବାକୁ ପାଇଲୁ, ବର୍ତ୍ତମ।।ନ ସେ ତାଙ୍କ ସ୍ୱାମୀଙ୍କ ନିକଟରେ ମୁମ୍ବାଇରେ ଅଛନ୍ତି । ସଂଚିତାଙ୍କ ଏହି ସଫଳତାକୁ ନେଇ ତାଙ୍କ ପରିବାରରେ ଆନନ୍ଦର ଲହରି ଖେଳି ଯାଇଛି । ତାଙ୍କୁ ଜାଣିଥିବା ଲୋକେ କୁହନ୍ତି, ଥରେ ସେ ଯାହା ଠାଣି ନିଏ ତାକୁ କରିବା ପରେ ହିଁ ସ୍ଥିର ହୁଏ । ତେବେ ୟୁପିଏସସିକୁ ନେଇ ଆମେ ଟିକେ ସନ୍ଦିହାନ ଥିଲୁ, କିନ୍ତୁ ତାହା ସେ କରି ଦେଖାଇ ଦେଇଛନ୍ତି ।
କେବଳ ସଂଚିତା ନୁହଁନ୍ତି, ଚଳିତ ପରୀକ୍ଷାରେ ଓଡିଶାରୁ ଶୈଳଜା ଦାଶ ୧୯୦ ର୍ୟାଙ୍କ ପାଇଥିବା ବେଳେ ରାହୁଲ ମିଶ୍ର ୨୦୨, ହେମା ନାୟକ ୨୨୫, ଅଂଶୁମାନ ରାଜ ୧୦୭, ଅନୁପ ଦାଶ ୧୨୦, ନବଳ କୁମାର ଜୈନ ୧୨୫, ସୋନାଲି ମିଶ୍ର ୩୦୦, ଦିବ୍ୟା ମିଶ୍ର ୩୧୨, ଅର୍ଘ୍ୟ ପଟ୍ଟନାୟକ ୩୬୧, ଆରୁଷି ମିଶ୍ର ୨୨୯, ଆଶିଷ ଦାଶ ୨୯୧, ଅଙ୍କିତ ଶଙ୍କର ମିଶ୍ର ୨୯୪, ଯୁବିନ ମହାପାତ୍ର ୩୭୯, ସମିର ଜେନା ୪୪୧, ମାନସ ରଞ୍ଜନ ସାହୁ ୫୬୭, ଶିଭମ ମିଶ୍ର ୭୧୨, ଓମ ପ୍ରସାଦ ମହାନ୍ତି ୭୧୫, ବିଭୁତି ଭୂଷଣ ନାୟକ ୮୧୯ ର୍ୟାଙ୍କରେ ରହିଛନ୍ତି ।
next post
