ପ୍ରଯୁକ୍ତି

ଭାରତୀୟ ଟିକା ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି

(ହାଇଦ୍ରାବାଦ): ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନିକୁ ଭାକସିନ ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି । ମାଙ୍କଡ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା କମ୍ପାନି ଦାବି କରିଛି । ଉକ୍ତ ମାଙ୍କଡ ଶରୀରରେ ଆଣ୍ଟିବଡ଼ି ବିକଶିତ କରିଛି । ଜୀବିତ ଶରୀରରେ ଏହି ଟିକା ଫ୍ରଳପ୍ରଦ ହୋଇଛି । ଭାରତ ବାୟୋଟେକ କିଛି ସ୍ବତନ୍ତ୍ର ମାଙ୍କଡ଼ଙ୍କ ଉପରେ ଟିକାର ଡୋଜ୍ ଦେଇଥିଲା । ଏହାପରେ ମାଙ୍କଡ ଦେହରେ ଆଣ୍ଟିବଡି ଫରମେସନ ହୋଇଥିବା ଜଣାପଡିଛି । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ମାଙ୍କଡ ଉପରେ ସଫଳ ପରୀକ୍ଷଣ ପରେ ଏହି ମାସରେ ଭାରତ ବାୟୋଟେକକୁ ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ଅନୁମତି ଦେଇଛି।

‘କୋଭାକ୍ସିନ’କୁ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର), ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି (ଏନଆଇଭି) ଓ ଭାରତ ବାୟୋଟେକ୍ ମିଶି ବିକଶିତ କରିଛନ୍ତି। ଜୁନ୍ ୨୯ରେ ଭାରତ ବାୟୋଟେକ୍ ଘୋଷଣା କରିଥିଲା ଯେ କରୋନା ପସେ ଟିକା ପ୍ରସ୍ତୁତ କରିଛି। ୨୦୨୦ ଜୁଲାଇ ୧୫ରେ କୋଭାକ୍ସିନର ପ୍ରଥମ ପର୍ୟ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିଲା । ତେବେ ସେରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ଟିକା ଟ୍ରାଏଲକୁ ସ୍ଥଗତି ରହିଥିବା ଅନ୍ୟ ଭାକସିନର ଟ୍ରାଏଲ ଜାରି ରହିଛି।

Related posts

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।

mahabharatanews

ଘରେ ଔଷଧ ଯୋଗାଇଦେବ ଡ୍ରୋନ

mahabharatanews

୧୮୦୦ ଟଙ୍କା ବଦଳରେ ଏବେଠାରୁ ଗ୍ରାମରକ୍ଷୀ ପାଇବେ ୨୫୦୦ ଭତ୍ତା ।

mahabharatanews