ଓଡିଶା

କରୋନାରେ ଶିକ୍ଷକଙ୍କ ମୃତ୍ୟୁ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଏମଭି-୩୦ ପିୟୁପି ବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକ ଯାମିନୀ କାନ୍ତ ରାଉତଙ୍କ କରୋନା ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ସମ୍ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ତାଙ୍କ ପରିବାର ସହ ସେ ବାଲିମେଳାରେ ରହୁଥିଲେ । ସେ ଜିଲ୍ଲାପରିଷଦ ଶିକ୍ଷକ ଭାବେ ମାଲକାନଗିରି ଜିଲ୍ଲାରେ କାର୍ୟ୍ୟ କରି ଆସୁଥିଲେ ଏବଂ ୨୦୧୨ରେ ରେଗୁଲାର ଶିକ୍ଷକ ଭାବେ କୋରୁକୋଣ୍ଡା ବ୍ଲକ ଅଧିନରେ ଶିକ୍ଷକତା କରୁଥିଲେ । ଆଜି କୋରୁକୋଣ୍ଡା ବ୍ଲକ ଶିକ୍ଷାଅଧିକାରୀ ମାନେ ଯାମିନୀ କାନ୍ତ ରାଉତଙ୍କ ଅକାଳ ବିୟୋଗରେ ଶୋକ ସଭା କରିବା ସହ ତାଙ୍କ ପରିବାରଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ପ୍ରଶାନ୍ତ କୁମାର ବେହେରା ଏବଂ ପ୍ରଭାତ ପରିଡା ବାଲିମେଳାକୁ ଯାଇ ତାଙ୍କ ସ୍ତ୍ରୀ ତପସ୍ଵିନୀ ଦାସଙ୍କୁ ସେହି ଟଙ୍କା ଦେଇଥିଲେ । ତାଙ୍କର ୪ ବର୍ଷର ଗୋଟାଏ ଝିଅ ରହିଛି । ତାଙ୍କ ଘର ଯାଜପୁର ଜିଲ୍ଲାର ମହାକାଳ ପଡାରେ ବୋଲି ଜଣାପଡିଛି । ଆଜି ସ୍ୱର୍ଗତ ରାଉତଙ୍କ ଶବ ତାଙ୍କ ସାନ ଭାଇଙ୍କ ଉପସ୍ଥିତିରେ ଭୁବନେଶ୍ବର ଠାରେ ଦାହ କରାଯାଇଥିବା ସୂଚନା ମିଳିଛି ।

Related posts

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews

ରଗବୀ ଆସୋସିଏସନର ଖେଳାଳୀଙ୍କୁ ଶୁଭେଚ୍ଛାର ସୁଅ ଛଟୁଛି

mahabharatanews

ସଂଶୋଧିତ ଦରମା: କେନ୍ଦ୍ରକୁ ଅଫିସର୍ସ ସଂଘର ଧନ୍ୟବାଦ

mahabharatanews