ଓଡିଶା

୨୪ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନାଗିରି): ଆଜି ସକାଳୁ ବାଲିମେଳା ଅବକାରୀ କର୍ମଚାରୀଙ୍କ ଦ୍ୱାରା ୨୪ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ୨ଟି ମୋଟର ସାଇକେଲ ଯୋଗେ ୨ ଜଣ ଯୁବକ ଗୋଟାଏ ଲେଖାଏଁ ଗଞ୍ଜେଇ ବସ୍ତା ଲଦି ବାଲିମେଳା ଅଞ୍ଚଳରୁ ନବରଙ୍ଗପୁରକୁ ଯାଉଥିବା ବେଳେ ବାଲିମେଳା ଅବକାରୀ କର୍ମଚାରୀମାନେ ସୁନାନଗର ଛକ ଠାରେ ଦୁଇଟି ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରିଥିଲେ । ମୋଟର ସାଇକେଲରେ ଗୋଟାଏ ଲେଖାଏ ବସ୍ତା ବନ୍ଧାଯାଇଥିବା ବେଳେ ସେହି ବସ୍ତାରେ ଗଞ୍ଜେଇ ରହିଥିବା ଅବକାରୀ କର୍ମଚାରୀମାନେ ଜାଣିବାକୁ ପାଇଥିଲେ । ଫଳରେ ଗଞ୍ଜେଇ ଚୋରା ଚାଲାଣକାରୀ ଅବଦୁଲ ଆଲିମ ଏବଂ ଶେଖ ଆସ୍ଲାମଙ୍କୁ ଗିରଫ କରି ମାଲକାନାଗିରି କୋର୍ଟକୁ ଚାଲାଣ କରାଯାଇଥିଲା । ସେମାନଙ୍କ ଠାରୁ ଦୁଇଟି ମୋଟର ସାଇକେଲ ଅବକାରୀ କର୍ମଚାରୀମାନେ ଜବତ କରିଛନ୍ତି । ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ବାଲିମେଳା ଅବକାରୀ ଓଆଇସି ଏଚ୍ ଜଗାରାଓ ସହ ଅବକାରୀ କର୍ମଚାରୀମାନେ ଏହି ଚଢାଉରେ ସହଯୋଗ କରିଥିଲେ ।

Related posts

କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ

mahabharatanews

ପୁରୀ ଓ ଯାଜପୁର ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

mahabharatanews

ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ଆର୍ସେଲର-ମିତ୍ତଲ

mahabharatanews