ଓଡିଶା

ମନୁଷ୍ୟକୃତ ଘାଇକୁ ନେଇ ଧର୍ମଶାଳା ବିଧାୟକଙ୍କୁ ଲୋକାୟୁକ୍ତ ନୋଟିସ

ଭୁବନେଶ୍ୱର: ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନୋଟିସ । ଯାଜପୁର କେଲୁଅ ନଦୀରେ ହୋଇଥିବା ମନୁଷ୍ୟକୃତ ଘାଇକୁ ନେଇ ବିଧାୟକଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି । ବିଧାୟକଙ୍କ ସମେତ ଯାଜପୁର ଜିଲ୍ଲାପାଳ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜାରକା ଜଳ ସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍ । ୬ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଜଣେ ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗକ୍ରମେ ଏହି ନୋଟିସ କରିଛନ୍ତି ଲୋକାୟୁକ୍ତ । ସୂଚନା ଅଧିକାର କର୍ମୀ ଜଣାଇଥିଲେ କି, ଷଡଯନ୍ତ୍ର କରି କେଲୁଆ ନଦୀ ବନ୍ଧରେ ଘାଇ କରାଯାଇଥିଲା । ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ । ଏଥିରେ ପାଣିକୋଇଲି ଉପଖଣ୍ଡ ଆରଆଣ୍ଡବି ଡିଭିଜନ୍ ଜେଇ ତଥା ବିଧାୟକଙ୍କ ମାମୁଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ ।

 

Related posts

ବୃଦ୍ଧି ପାଇଲା ସମିତି ସଭ୍ୟଙ୍କ ଦରମା

mahabharatanews

ଅସହ୍ୟ ଗରମ ସହ ଗୁଳୁଗୁଳି, ପାରଦ ୪୦ ଡିଗ୍ରୀ ପାର

mahabharatanews

‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ;  ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି ସଂଘ

mahabharatanews