ଓଡିଶା

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉଦ୍ଘାଟିତ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ୱଚ୍ଛ ରଖିବା ଦିଗରେ ଆଜି ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏକ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରର ଉଦ୍ଘାଟନ କରିଛନ୍ତି । ନିଳାଦ୍ରୀବିହାରରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ବିଧାୟକ ଉଦ୍ଘାଟନ କରି ସ୍ମାର୍ଟ ସିଟିକୁ ଆହୁରି ସୁନ୍ଦର ଓ ସ୍ୱଚ୍ଛତା ଦିଗରେ ଏହି ସେଣ୍ଟର କାର୍ଯ୍ୟକରିବ ବୋଲି କହିଛନ୍ତି । ଏଥିସହ ଲୋକଙ୍କୁ ମଇଳା ଏଣେତେଣେ ନ ପକାଇ ଡଷ୍ଟବିନ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ଶୁଖିଲା ଓ ଓଦା ଏପରି ଦୁଇଟି ଡଷ୍ଟବିନ ବ୍ୟବହାର କରିବା ପାଇଁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ଉପାଧ୍ୟକ୍ଷ ପୁରନ୍ଦର ନନ୍ଦ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଏମସିର ଅନ୍ୟ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହିଥିଲେ ।
ଏହି ଉତଘାଟନୀ ପରେ ମଇଳା କିପରି ପକାଯିବ ସେନେଇ ସଚେତନତା ସୃଷ୍ଟିକରିବାକୁ ଗାଡି ବୁଲି ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲା । ଏହି ଗାଡି ଉତ୍ତର ଭୁବନେଶ୍ୱରର ବିଭିନ୍ନ ୱାର୍ଡ ବୁଲି ସଚେତନତା ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା ।

Related posts

ଆଜି ବନକଲାଗି ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews

ଅଧ୍ୟାପକଙ୍କୁ ଛାଡିବା ଦାବିରେ ଛାତ୍ରଛାତ୍ରୀଙ୍କ ଥାନା ଘେରାଉ

mahabharatanews

ତୁରନ୍ତ ଫି ଛାଡ଼ କରିବା ସହ ସମୟ ସୀମା ବଢାଇବାକୁ ଛାତ୍ର କଂଗ୍ରେସର ଦାବି

mahabharatanews