ଅପରାଧ

ମହିଳାଙ୍କୁ ନୃଶଂସଭାବେ ହତ୍ୟା କଲା ଦିଅର

କଟକ: କଟକ ଶିଖରପୁରରେ ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ଅତି ନୃଶଂସଭାବେ ହତ୍ୟା କରିଛି ଦିଅର । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । କଟକ ଶିଖରପୁର ଉପର ସ।।ହିରେ ଘଟିଛି ଏହି ହତ୍ୟାକାଣ୍ଡ । ଜମିବାଡି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ, ଶିଖରପୁର ଉପର ସାହିରେ ରହୁଥିବା ମୀନାକ୍ଷୀ ମହାନ୍ତିଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ମିନାକ୍ଷୀଙ୍କୁ ତାଙ୍କ ଦିଅର ନାନାଭାବେ ହଇରାଣ କରୁଥିଲେ । ଏପରି କି ତାଙ୍କୁ ହତ୍ୟା କରି ତାଙ୍କ ସମ୍ପତ୍ତି ହାତେଇବାକୁ ଚେଷ୍ଟା କରିଥିଲେ ବୋଲି ମିନାକ୍ଷୀଙ୍କ ଭାଇ ଅଭିଯୋଗ କରିଛନ୍ତି । ତେବେ ଗତକାଲି ଶେଷରେ ଅଭିଯୁକ୍ତ ଦିଅର ମିନାକ୍ଷୀଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ମିନାକ୍ଷୀଙ୍କ ଭାଇ ଅଭିଯୋଗ କରିଛନ୍ତି ।

Related posts

ଅଟକିଗଲା ହରିଣ ମାଂସ ବେପାର

mahabharatanews

ବ୍ରେନ ମ୍ୟାପିଂ ପାଇଁ  ମନା କଲା ସରୋଜ 

mahabharatanews

ବଳି ପଡିଲା ଆଉ ଜଣେ ମୁମ୍ବାଇ ନିର୍ଭୟା

mahabharatanews