ରାଜନୀତି

ହଟଗୋଳ ମଧ୍ୟରେ ଗୃହରେ ୭ଟି ବିଲ ଉପସ୍ଥାପିତ

ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ଦେଖାଦେଇଥିଲା ପ୍ରବଳ ହଟ୍ଟଗୋଳ । ତେବେ ଏହି ହଟଗୋଳ ମଧ୍ୟରେ ଗୃହରେ ୭ଟି ବିଲ ଉପସ୍ଥାପିତ ହୋଇଛି । ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ ଉପସ୍ଥାପନ କରିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ବିଲ୍, ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ ।
ମନ୍ତ୍ରୀ ସୁଦାମ ମାରାର୍ଣ୍ଡି ଭାରତୀୟ ଷ୍ଟାମ୍ପ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ ଉପସ୍ଥାପନ କରିଥିଲେ । ସେହିପରି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ୍ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଡ଼ିଶା ବୈଷୟିକ ଓ ଗବେଷଣା ଓ ବିଶ୍ଵ ବିଦ୍ୟାଳୟ ବିଲ ଉପସ୍ଥାପନ କରିଥିଲେ ।
ଗୋଟିଏ ପଟେ ଗୃହରେ ହଟଗୋଳ ଚାଲିଥିଲା, ଅନ୍ୟପଟେ ମନ୍ତ୍ରୀମାନେ ବିଲ୍ ଉପସ୍ଥାପନ କରିଥିଲେ । ଏଭଳି ଅବସ୍ଥାରେ ଗୃହରେ କେଉଁ ବିଲ ଉପସ୍ଥାପନ ହେଉଛି ତାହା ଜଣାପଡିନଥିଲା । କେଉଁ ବିଲ୍ ରିଆପିଲ୍ ହେବାର ଅଛି ତା’ର କପି ମଧ୍ୟ ଦିଆଯାଇନଥିବାରୁ ଗୃହରେ ପ୍ରତିବାଦ କରିଥିଲା କଂଗ୍ରେସ ।

 

Related posts

ଉପମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହେଲେ ଏହି ନେତା, ଆସନ୍ତା କାଲି ଶପଥ ସମାରୋହ

mahabharatanews

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳନେତା

mahabharatanews

ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡ

mahabharatanews