ଅପରାଧ

ଦେଶମୁଖଙ୍କ ନାମରେ ଲୁକ୍ଆଉଟ ନୋଟିସ ଜାରି

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଅଡୁଆରେ। ଦେଶମୁଖଙ୍କୁ ଧରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଲୁକ୍ଆଉଟ୍ ନୋଟିସ ଜାରି କରାଯାଇଛି। ମନି ଲଣ୍ଡ୍ରିଂ ମମଲାରେ ତାଙ୍କ ନାଁରେ ଏହି ନୋଟିସ ଜାରି କରିଛି। ମନି ଲଣ୍ଡ୍ରିଂ ମାମଲାରେ ହାଜର ହେବା ପାଇଁ ଇଡ଼ି ଅନୀଲ ଦେଶମୁଖଙ୍କୁ ୫ଟି ନୋଟିସ ଜାରି କରିଥିଲା। କିନ୍ତୁ ଦେଶମୁଖଙ୍କ ଓକିଲ ବିଭିନ୍ନ ଯୁକ୍ତି ଦେଇଚାଲିଥିଲେ ଓ ଇଡି ସମ୍ମୁଖରେ ଦେଶମୁଖ ହାଜର ହେଉନଥିଲେ ।
ଏହାପରେ ଦେଶମୁଖ କରୋନାର ବାହାନା କରି ଭର୍ଚୁଆଲରେ ହାଜର ହେବେ ବୋଲି କହିଥିଲେ। ପରେ ମାମଲା ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟ ସେମାନଙ୍କୁ ପ୍ରଦାନ କରାଯାଇ ନାହିଁ ବୋଲି କହି ହାଜର ହୋଇନଥିଲେ।। ଅନ୍ୟପଟେ ଦେଶମୁଖ ଇଡି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା। ଦେଶମୁଖଙ୍କୁ କୌଣସି ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ। ଦେଶମୁଖ ଗିରଫଦାରି ଭୟରେ ଦେଶ ଛାଡିବା ଆଶଙ୍କା କରି ତାଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି । ଫଳରେ ଦେଶମୁଖଙ୍କୁ ଦେଖିବା କ୍ଷଣି ଗିରଫ କରାଯିବ ।
ଦେଶମୁଖଙ୍କ ଗୃହମନ୍ତ୍ରତ୍ୱ କାଳରେ ସେ ୧୦୦ କୋଟି ବଟି ଆଦାୟ କରିଥିବା ଅଭିଯୋଗ ଆଣିଥିଲେ ପୂର୍ବତନ ପୁଲିସ କମିଶନର ପରମବୀର ସିଂହ । ଏହ।।କୁ ନେଇ ବମ୍ୱେ ହାଇକୋର୍ଟ ସିବିଆଇ ଏବଂ ଇଡିକୁ ଏହି ମାମଲାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Related posts

୩ ଲକ୍ଷ ଦିଅ, ମୋତେ ନିଅ

mahabharatanews

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ

mahabharatanews

ଅଭିନବ ଉପାୟରେ ଅନଲାଇନରେ ହେଉଛି ଠକେଇ

mahabharatanews