ରାଜନୀତି

ନିଟ ସମସ୍ୟା ଉପରେ ଆଲୋଚନା କଲେ କାନିମୋଝି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଡିଏମକେ ସଂସଦୀୟ ଦଳ ନେତା କାନିମୋଝି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିୟାନ ମଧ୍ୟ ଉପସ୍ଥିତ ଥିଲେ । ଉଭୟ ଦୁଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ମୁଖ୍ୟତଃ ନିଟ ପରୀକ୍ଷାରେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।
କାନିମୋଝି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇଛନ୍ତି । ନିଟ ପରୀକ୍ଷାରେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ସବୁବର୍ଗର ପିଲାଙ୍କୁ ଏହି ପରୀକ୍ଷାରେ ସୁଯୋଗ ଦେବାକୁ ଦାବି କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ କେନ୍ଦ୍ର ନିକଟରେ ଉଠାଇଥିଲେ । ଏଣୁ ସବୁବର୍ଗର ପିଲାଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ମିଳିବାକୁ ନେଇ ସେ ଆଲୋଚନା କରିଛନ୍ତି ।

 

Related posts

ରାହୁଲ, ପ୍ରିୟଙ୍କାଙ୍କୁ ମିଳିଲା ଖେରି ଯିବାକୁ ଅନୁମତି

mahabharatanews

୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ଶପଥପାଠ

mahabharatanews

ବଜେଟରେ ବଡ ଘୋଷଣା: ଭତ୍ତା ହେଲା ୩,୫୦୦

mahabharatanews