ବିଶ୍ୱ

ଖାଦ୍ୟ ଉପରେ ଯୁଦ୍ଧର ପ୍ରଭାବ

ଓଡେଶା: ଋଷ ଲଗାତାର ୟୁକ୍ରେନ ଉପରେ କରି ଚାଲିଛି ଆକ୍ରମଣ । ସେପଟେ ୟୁକ୍ରେନ ବି ହାର ମାନିବାକୁ ନାରାଜ । ଏହି ଯୁଦ୍ଧରେ ଅନେକ ବଡ ବଡ ଅଟାଳିକା ଧ୍ୱଂସ ହେଲାଣି । ହଜାର ହଜାର ଲୋକଙ୍କର ଜୀବନ ଗଲାଣି । ଏତିକିରେ କିନ୍ତୁ କଥା ସରିନି ଏହି ଆକ୍ରମଣ ହେତୁ ବିଭିନ୍ନ ଦେଶରେ ଖାଦ୍ୟଶସ୍ୟ ହଠାତ ମହଙ୍ଗା ହୋଇଯାଇଛି। ଏହା ଦ୍ବାରା ଗରିବ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଖାଦ୍ୟ ମୂଲ୍ୟରେ ଘଟିଥିବା ବୃଦ୍ଧି ଯୋଗୁଁ ଏହି ଦେଶଗୁଡ଼ିକରେ ସାମାଜିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଯୁଦ୍ଧ ଦ୍ବାରା ମଧ୍ୟ ପ୍ରାଚ୍ୟ ଓ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ଅଧିକ ଅସ୍ଥିରତା ଦେଖାଦେବ ବୋଲି ବିଶ୍ବବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ କାରମେନ୍ ରିନ୍ହାର୍ଟ କହିଛନ୍ତି।

ଗତବର୍ଷ ତୁଳନାରେ ଏବେ ଖାଦ୍ୟ ସାମଗ୍ରୀ ଦାମ୍ ୩୫% ଅଧିକ ରହିଛି। ୟୁକ୍ରେନ-ରୁଷ ଯୁଦ୍ଧ ଯୋଗୁଁ ତାହା ଆହୁରି ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଦୁଇ ଦେଶ ବିଶ୍ବର ସିଂହଭାଗ ଗହମ, ବାର୍ଲି, ମକା  ଆବଶ୍ୟକତା ପୂରଣ କରୁଥିଲେ। ୟୁକ୍ରେନ୍ ଏହାର ଗହମ ଓ ଓଟ୍ସ ରପ୍ତାନି ବନ୍ଦ କରିଦେଇଛି। ଇଜିପ୍ଟ ଏହାର ୮୦% ଗହମ ୟୁକ୍ରେନ୍ରୁ ମଗାଉଥିଲା। ମୋଜାମ୍ବିକ୍ ମଧ୍ୟ ଗହମ ଓ ତେଲ ଉପରେ ଅତ୍ୟଧିକ ନିର୍ଭରଶୀଳ ଥିଲା। ଯୁଦ୍ଧ ପ୍ରଭାବରେ ତୈଳ ଦାମ୍ରେ ବୃଦ୍ଧି ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଖାଦ୍ୟ ତେଲ ଦର ବୃଦ୍ଧିକୁ ନେଇ ଅଗକୁ ବହୁ ଦଙ୍ଗାର ଅଶଙ୍କା କରାଯାଉଛି ।

ପୂର୍ବରୁ କରୋନା ମହାମାରୀରେ ଦେଖା ଦେଇଥିଲା ଏପରି ସଙ୍କଟ । ସେତେବେଳେ ଖାଦ୍ୟ ଦରଠୁ ଆରମ୍ଭ କରି ଅନ୍ୟାନ୍ୟ ଆସବାବ ପର୍ଯ୍ୟନ୍ତ ସବୁର ବୃଦ୍ଧି ପାଇଥିଲା ଦର୍‌ଦାମ୍ । କିନ୍ତୁ ଏହି ମାହାମାରୀର ପ୍ରଭାବ ଶେଷ ନ ହେଉଣୁ । କରାଳ ରୂପ ଦେଖାଇଲା ଏହି ଦୁଇ ଦେଶର ଯୁଦ୍ଧ । ଯୁଦ୍ଧ ସ୍ଥିତିକୁ ଆହୁରି ଖରାପ ଆଡ଼କୁ ନେଉଛି ବୋଲି ଆଶଙ୍କା କରାଯାଇଛି ।

Related posts

ଖୁବ୍ ଶୀଘ୍ର ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ, ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ

mahabharatanews

ଜାହାଜ ବୁଡ଼ି ୪ ମୃତ ,୫୧ ନିଖୋଜ

mahabharatanews

ବିଫଳ ହେଲା ଜାପାନର ହାକୁତୋ-ଆର ମିଶନ୍ -୧

mahabharatanews