ଓଡିଶା

ବିଧାନସଭା ଆରମ୍ଭ ପୂର୍ବରୁ ଚାଲିଛି କୋଭିଡ ଟେଷ୍ଟ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି କୋଭିଡ ପରୀକ୍ଷା । ଆସନ୍ତା ୨୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଏହି ପରିପ୍ରେକ୍ଷୀରେ କରୋନା କଟକଣାକୁ ନଜର ରଖି ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ଏହା ସହ ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରୟଣ ପାତ୍ର ନିଜର କୋଭିଡ ଟେଷ୍ଟ କାରାଇଛନ୍ତି । ବିଧାୟକମାନେ ମଧ୍ୟ ପୌର ନିର୍ବାଚନ ହେତୁ ଜିଲ୍ଲା ସ୍ଥରରେ ନିଜର ଟେଷ୍ଟ କାରାଇ ରିପୋର୍ଟ ପ୍ରଦାନ କରିପାରିବେ । ୨୫ ତାରିଖ ଦିନ ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବୈଠକ । ଏଥି ସହ ଆସନ୍ତା ୩୦ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କରିବେ ବଜେଟ ଉପସ୍ଥାପନ । ଏଣୁ ଅଧିବେଶନ ପ୍ରାରମ୍ଭ ପୂର୍ବରୁ ସୁରକ୍ଷା ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ ଏପରି କଟକଣା ଲାଗୁ କରାଯାଉଛି ।

କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଧାନସଭ ଅଧିବେଶନ ନିମନ୍ତେ କଡା ଶୁରକ୍ଷା ଗ୍ରହଣ କରାଯାଇଛି । ଏପରିକି ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସହ ରସ୍ତା ଉପରେ ମଧ୍ୟ ଲାଗିବ କଟକଣା । ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ।ହେଲେ ମାଷ୍ଟରକ୍ୟାଣ୍ଟିନ ପଟୁ ଅପର ପିଏମଜି ଆଡକୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ଲୋୟର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ଦେଇ ଯାଇପାରିବେ । ସେହିପରି ଏଜି ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡିଗୁଡିକ ଜୟଦେବ ଭବନ ପାଖରେ ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବାକୁ ପରାମର୍ଶ ଦିଆଯାଇଛି |

Related posts

ହୋମଗାର୍ଡ ହତ୍ୟା ଘଟଣା ମାମଲାରେ ୩୬ ଗିରଫ

mahabharatanews

୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିଶ୍ୱାସ

mahabharatanews

ଘରୋଇ ବ୍ୟାଙ୍କର ସୁରକ୍ଷା ପାଇଁ ଆଡଭାଇଜରି ଜାରି କଲା କମିଶନରେଟ ପୁଲିସ

mahabharatanews