ଓଡିଶା

ବଢ଼ିବନି ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ୍‌ ପେମେଣ୍ଟରେ ମିଳିବ ଗ୍ରାହକଙ୍କୁ ରିହାତି

ଭୁବନେଶ୍ୱର: ଚଳିତବର୍ଷ ପାଇଁ ରାଜ୍ୟରେ ଅପରିବର୍ତ୍ତିତ ରହିବ ରିଟେଲ ବିଦ୍ୟୁତ ଶୁଳ୍କ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଏନେଇ ସୂଚନା ମିଳିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ବିଦ୍ୟୁତ୍‌ ଦର । ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା କରିଛନ୍ତି କମିଶନ । ଡିଜିଟାଲ୍‌ ପେମେଣ୍ଟ କଲେ ଉପଭୋକ୍ତାଙ୍କୁ ୩ ପ୍ରତିଶତ ରିହାତି ମିଳିବା ନେଇ ପ୍ରେସମିଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି OERC ସଚିବ । ତେବେ ପୂର୍ବରୁ ଡିଜିଟାଲ୍‌ ପେମେଣ୍ଟ କଲେ ଗ୍ରାହକଙ୍କୁ ୨ ପ୍ରତିଶତ ରିହାତି ମିଳୁଥିବା ସମୟରେ ଏହା ବୃଦ୍ଧି ପାଇଛି ।

ସେହିଭଳି କ୍ଷୁଦ୍ର ଶିଳ୍ପ ପାଇଁ ୧୦ ପଇସା ରିହାତି ଘୋଷଣା କରାଯାଇଥିବା ସମୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଉପଭୋକ୍ତା ୫୦ ପଇସା ଅଧିକ ଦେବାକୁ ପଡ଼ିବ ।ସେହିପରି ବିଦ୍ୟୁତ ଯାନକୁ ପ୍ରୋତ୍ସାହନ ଦେବା ପାଇଁ ୫ଟଙ୍କା ୫୦ ପଇସାର ଏକ ଟାରିଫ ଘୋଷଣା କରାଯାଇଛି । ଏହାସହ ଶିଳ୍ପ କ୍ଷେତ୍ରରେ ୬୫ରୁ ୭୫% ବିଦ୍ୟୁତ ବ୍ୟବହାର କଲେ ୧୦% ରିହାତି । ୭୫ରୁ ୮୫% ଭିତରେ ବିଦ୍ୟୁତ ବ୍ୟବହାର କଲେ ୧୫% ରିହାତି । ୮୫%ରୁ ଅଧିକ ବିଦ୍ୟୁତ ବ୍ୟବହାର କଲେ ୨୦ ପ୍ରତିଶତ ରିହାତି ମିଳିବ ବୋଲି ଘୋଷଣା ହୋଇଛି ।ଏଥି ସହିତ OPTCL ଟ୍ରାନ୍ସମିସନ୍‌ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି । ଡିସକମ୍‌ ପାଖରେ ଥିବା ଅର୍ଥକୁ ତାରିଫ୍‌ରେ ବାଲାନ୍ସ କରିଦିଆଯାଇଛି । ଏହି ଅର୍ଥକୁ ବ୍ୟବହାର କରି ଦର ଅପରିବର୍ତ୍ତିତ ରହିଛି । ଚଳିତ ବର୍ଷ ୧୯ ପଇସା ପାୱାର ପରଚେଜ୍‌ ଦରରେ ବୃଦ୍ଧି କରାଯାଇଛି । କିନ୍ତୁ ଏହି ବୃଦ୍ଧି ଖାଉଟିଙ୍କ ଉପରେ ଲାଗୁ କରାଯିବ ନାହିଁ ।

Related posts

 ମହାଶିବରାତ୍ରୀ: ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କର ମହାଦୀପ

mahabharatanews

ଆଜି ଜାଣିବା ପନୀର ଭୁଜିଆର ସ୍ପେଶାଲ ଡିସ ପ୍ରଣାଳୀ

mahabharatanews

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସର୍ବ ସାଧାରଣରେ ହତ୍ୟା ଧମକ, ଥାନାରେ ଅଭିଯୋଗ

mahabharatanews