ଅପରାଧଓଡିଶା

ନିଶା ଦ୍ରବ୍ୟରକୁ ଅଭ୍ୟାସ ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ  ନିରକାରଣ ଦିବସ ପାଳନ 

ସୁବର୍ଣ୍ଣପୁର: ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀ ନିମନ୍ତେ ନିରକାରଣ ଦିବସ ପାଳନ କରାଯାଇଛି l   ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଦିବସ ପାଳନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଚେତନତା ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଅମରେଶ ପଣ୍ଡା ମୁଖ୍ୟଅତିଥିଭାବେ ଯୋଗଦାନ କରି ନିଶା ଦ୍ରବ୍ୟର  ଅଭ୍ୟାସକୁ  ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ l ଆମେ ସମସ୍ତେ ନିଜ ନିଜ ସ୍ତରରେ ଏଥି ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ କରିଛନ୍ତି l

ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ଶ୍ରୀ ନିହାର ରଞ୍ଜନ କଁହର ଙ୍କ ସଭାପତିତ୍ୱ ତଥା ପରିଚାଳନାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଏହି ସଚେତନତା ସଭା ରେ ଅତିରିକ୍ତ ଜିଲ୍ଲପାଳ, ଶ୍ରୀମତୀ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ନିଶା ଦ୍ରବ୍ୟର କୁଅଭ୍ୟାସ ଓ ମାନବସମାଜ ଓ ବ୍ୟକ୍ତି ଜୀବନରେ ତାର ପ୍ରଭାବ ଓ ଭବିଷ୍ୟତ ତଥା ଅବୈଧ ତସ୍କରୀ ର ସାମାଜିକ ଜୀବନରେ କୁ ପ୍ରଭାବ ଉପରେ ନିଜ ନିଜର ମତବ୍ୟକ୍ତ କରିଛନ୍ତି l

ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଶିକ୍ଷା କ୍ଷେତ୍ରରେ ନିଶାର ପlଦ୍ରୁଭାବ କୁ ରୋକିବା ନିମନ୍ତେ ନିଆଯାଉଥିବା ବିଭିନ୍ନ ସଚେତନତା ଧର୍ମୀ ପଦକ୍ଷେପ ସହ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋକପାତ କରିଛନ୍ତି l ସେହିପରି ଅବକାରୀ ବିଭାଗ ନିରୀକ୍ଷକ ରାଧାକାନ୍ତ ଭୋଇ, ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଅଧିକାରୀ, ରେଆର ସାଧାରଣ ସମ୍ପାଦକ ଶ୍ରୀ ଅନଙ୍ଗ ନେଗୀ,ସାମାଜିକ, ଅର୍ଥ ନୈତିକ ଓ ମାନସିକ ସ୍ତରରେ ନିଶା ବ୍ୟବହାର  ଅପକାରିତା, ତଥା ନିଶା ବ୍ୟବହାର ଓ ଅବୈଧ ତସ୍କରୀ ନିମନ୍ତେ ଆଇନର ବିଭିନ୍ନ ଦିଗ ତଥା ନିବାରଣ ନିମନ୍ତେ ବିଭାଗୀୟ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି l ରିସୋର୍ସ ପର୍ସନ ସାମାଜିକ କର୍ମୀ ଶ୍ରୀ ରାଜୀବ ଲୋଚନ ନାୟକ,ବ୍ରହ୍ମ କୁମାରୀ ନମିତା, ଜୀବନ ଜ୍ୟୋତି ଯୁବକ ସଂଘ ପ୍ରକଳ୍ପ ସଂଯୋଜକ ପ୍ରମୁଖ ନିଶା ସେବନର ମାନବ ଜୀବନରେ କୁପ୍ରଭାବ ଓ ପରିଣତି ଏବଂ ଏହାର ନିବାରଣରେ ଆଧ୍ୟାତ୍ମିକ ଚିନ୍ତନର ଉପଯୋଗୀତା ଉପରେ ଗୁରୁତ୍ୱପୁର୍ଣ ସୂଚନା ପ୍ରଦାନ କରିବା ସହ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ନିଶା ସେବନ ଦ୍ୱାରା ମାନବ ଜୀବନରେ ତାର କୁପରିଣତି ର ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ କରାଯାଇଥିଲା l

ଅନ୍ୟ ମାନଙ୍କ ମଧ୍ୟରେ ଭିନ୍ନକ୍ଷମ ଅଭିଵାବକ ସଂଘ, ତଥା ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରି ନିଶାଦ୍ରବ୍ୟ କାରବାର ତଥା ନିଶା ନିବାରଣ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ l ସଭା ପ୍ରାରମ୍ଭରେ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l ନିଶା ସେବନ ଦ୍ୱାରା କବଳିତ ହୋଇ ବର୍ତ୍ତମାନ ସମ୍ପୂର୍ଣ ଭାବେ ନିଜକୁ ନିଶା ମୁକ୍ତ କରିପାରିଥିବା ଜିଲ୍ଲାର କିଛି ସଫଳ ବ୍ୟକ୍ତି ନିଜ ନିଜର ଅତିତ ଜୀବନର ଅନୁଭୂତିକୁ ବଖାଣି ଥିବା ବେଳେ ସମସ୍ତେ ଏକଜୁଟ ହୋଇ ନିଶା ମୁକ୍ତ ସମାଜ ଗଠନ କରିବା ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା l

ଦିବସ ପରିପ୍ରେକ୍ଷୀରେ ଆଜି ସକାଳୁ ପୁରୁଣା ସୋନପୁର ଟାଉନ ହଲ ଠାରେ ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ଶ୍ରୀ ନିହାର ରଞ୍ଜନ କଁହର  ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏନ ସି ସି, ଏନ ଏସ ଏସ କ୍ୟାଡଟ,ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ଙ୍କ ଏକ ସଚେତନତା ରାଲି ଓ  ନିଶା ନିବାରଣ ସଚେତନତା ରଥ ର  ଶୁଭାରମ୍ଭ କରିଛନ୍ତି l ଜିଲ୍ଲା ସାମାଜିକ ସୁରକ୍ଷ୍ୟା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ର କାର୍ଯ୍ୟକର୍ତ୍ତା ତଥା ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷ୍ୟା ପୁରୋହିତ, ସୋନିଆ ବେହେରା , ଗୁପ୍ତେଶ୍ୱର ପଧାନ ଏବଂ  ରେଆର , ରାଧା , ସଖି  ଏବଂ ଏନ.ଆର.ଡି.ସି.   ର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।

 

Related posts

ବାଲେଶ୍ୱର ପ୍ରଚାର ବେଳେ ସାଂସଦ ସେକିଲେ ରୁଟି

mahabharatanews

୨୯ ଯାଏଁ ରାଜ୍ୟରେ କୋହଳ ପାଗ 

mahabharatanews

ଦୁଇ ନବ ନିର୍ବାଚିତ ବିଧାୟକଙ୍କ ଆସନ୍ତା କାଲି ଶପଥ ପାଠ

mahabharatanews