ଅପରାଧଓଡିଶା

ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି 

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି  । ବିଧାନସଭାରେ ଉୟଭ ବିଜେପି ଓ କଂଗ୍ରେସ ଦାବି କରିଥିବାବେଳେ ଏହି ପ୍ରସଙ୍ଗରେ ଦୁଇ ଦଳର ହଟଗୋଳ ଯୋଗୁଁ ପ୍ରଶ୍ନକାଳ ହୋଇପାରି ନଥିଲା ।  ତେବେ ଏହା ଉପରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତ୍ତି ରଖିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି । ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟମାନେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଆଲୋଚନା କରିବାକୁ ଚାହିଁଥିଲେ । ତେବେ ବାଚସ୍ପତି ଶ୍ରୀ ଆରୁଖ ଏହି ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇବାପାଇଁ କହିବା ସହିତ ପ୍ରଶ୍ନର ଉତ୍ତର ରଖିବାକୁ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ଡାକିଥିଲେ । ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖୁଥିବାବେଳେ ବିରୋଧି କଂଗ୍ରେସ ଓ ବିରୋଧିଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ମାତ୍ର ୬ ମିନିଟ୍‍ ପାଇଁ ଚାଲିପାରିଥିଲା । ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ  ମୁଲତବି ରଖିଥିଲେ ।

ଶୂନ୍ୟ କାଳରେ ବିଜେପି ଦଳର ସଚେତକ ମୋହନ ମାଝି ଏହି ପ୍ରସଙ୍ଗ ଉଠାଇ ବିଜେବି ଭଳି ସୁନାମଧନ୍ୟ କଲେଜରେ ଛାତ୍ରୀଙ୍କୁ ରାଗିଂ କରାଯିବା ଓ ଏଥିଯୋଗୁଁ ଜୀବନ ହାରିବା ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ପୂର୍ବରୁ ଏଭଳି ଯେତେ ଘଟଣା ଘଟିଛି କୌଣସିଥିରେ ପୁଲିସ୍‍ ତଦନ୍ତରୁ ସେଭଳି ସୁଫଳ ମିଳନାହିଁ । ତେଣୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବାପାଇଁ ସେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକଦଳର ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନିପତି ଓ ସନ୍ତୋଷ ସିଂହ ସାଲୁଜା ପ୍ରସଙ୍ଗ ଏଡି ପ୍ରସଙ୍ଗରେ ନିଜ ନିଜ ମତ ରଖି ସିବିଆଇ ତଦନ୍ତ ଦାବି କରିଥିଲେ ।

ବିଜେପି ବିଧାୟକ ଶ୍ରୀ ସେଠୀ ରାଗିଂ ଭଳି କୁତ୍ସିତ ମାନସିକତାର ଅନ୍ତ ଘଟାଇବାପାଇଁ ସିବିଆଇ ତଦନ୍ତ ଜରୁରୀ ବୋଲି କହିଥିବାବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଆଣ୍ଟି ରାଗିଂ ବିଲ୍‍ ଆଣିବାକୁ ମତ ଦେଇଥିଲେ । ଶ୍ରୀ ବାହିନିପତି କହିଥିଲେ ଯେ ବାପ ମା’ଙ୍କ ସମ୍ପତ୍ତି ଦେଉଛନ୍ତି ସେମାନଙ୍କ ପିଲାମାନେ । ପିଲାମାନେ ରାଗିଂର ସମ୍ମୁଖୀନ ହୋଇ ଅକାଳରେ ଚାଲିଯିବାର ଦୁଃଖ ବାପ ମା’ମାନେ ଭୋଗୁଛନ୍ତି । ସଦସ୍ୟମାନେ ନିଜ ନିଜ ମତ ରଖିବାପରେ ବାଚସ୍ପତି ଶ୍ରୀ ଆରୁଖ ଏହି ପ୍ରସଙ୍ଗରେ ଆଜି ଗୃହ କାର୍ଯ୍ୟ ସରିବା ପୂର୍ବରୁ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନରେ ତେଜେଶ୍ୱର ପରିଡା ଏକ ଅଭିଯୋଗ ଦେଇଛନ୍ତି।

Related posts

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 

mahabharatanews

ତିନି ଦିନିଆ ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ,ଡାକୋଟା ବିମାନର କରିବେ ପରିଦର୍ଶନ

mahabharatanews

ସମୀରଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ନିଯୁକ୍ତି 

mahabharatanews

Leave a Comment