ଅପରାଧଓଡିଶା

ମଧ୍ୟରାତ୍ରରେ ଭାତ ଚଟୁରେ ପିଟି ପିଟି କରିଛି ହତ୍ୟା କରି ନୃଶଂସ ସ୍ୱାମୀର ଆତ୍ମସମର୍ପଣ

ବୈଶିଙ୍ଗା: ପତ୍ନୀକୁ ଅମାନୁଷିକ ଭାବେ ପିଟିପିଟି ହତ୍ୟା କରିବା ପରେ ବୈଶିଙ୍ଗା ଥାନାରେ ଆତ୍ମସମର୍ପଣ କରିଛି ପିଶାଚ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବୈଶିଙ୍ଗା ଥାନା ଅଧୀନ ମେର୍ଦା ପଞ୍ଚାୟତର ସାତପଉଟିଆ ଗ୍ରାମରେ । ମୃତକ ହେଲେ ୩୩ ବର୍ଷୀୟା ମାଳତୀ ସିଂ। ସୂଚାନୁସାରେ ସାତପଉଟିଆ ଗ୍ରାମର ସ୍ବର୍ଗତ ଥିଶା ସିଂଙ୍କ ପୁଅ କାର୍ତ୍ତିକ ସିଂ ତାଙ୍କ ସ୍ତ୍ରୀ ମାଳତୀ ଓ ନିଜର ଦୁଇ ପୁଅକୁ ନେଇ ରହୁଥିଲା।

ଗତକାଲି ସନ୍ଧ୍ୟାରେ କାର୍ତ୍ତିକ ନିଜ ସ୍ତ୍ରୀକୁ କୌଣସି ଏକ ଭୋଜିରେ ଯୋଗ ଦେବା ପାଇଁ ଜଣେ ସମ୍ପର୍କୀୟ ପୁତୁରା ଘରକୁ ଯିବାକୁ କହି ନିଜ କାମରେ ବାହାରକୁ ଯାଇଥିଲେ। ହେଲେ ବିଳମ୍ବିତ ସନ୍ଧ୍ୟାରେ ଖବର ପାଇଥିଲେ କି ମାଳତୀ ଉକ୍ତ ଜାଗାକୁ ନଯାଇ ବୈଦିପୁରସ୍ଥିତ ଅନ୍ୟ ଜଣଙ୍କ ଘରେ ନିଶା ଖାଇବାକୁ ପଳେଇ ଯାଇଥିଲେ।

କାର୍ତ୍ତିକ ଘରକୁ ଆସି ମାଳତୀକୁ ଏ ବାବଦରେ ପଚରାଉଚରା କରିଥିଲା। ହେଲେ ସ୍ତ୍ରୀ ମାଳତୀ ସନ୍ତୋଷଜନକ ଉତ୍ତର ନଦେବାରୁ ସ୍ୱାମୀ ସ୍ତ୍ରୀ ଭିତରେ ବଚସା ଆରମ୍ଭ ହୋଇଥିଲା।ପରେ ଝଗଡା ଏତେ ତୀବ୍ର ହୋଇଥିଲା ଯେ ରାଗ ତମତମ କାର୍ତ୍ତିକ ନିଜର ମାନସିକ ଭାରସାମ୍ୟ ହରାଇ ପାଖରେ ପଡ଼ିଥିବା ସିଲଭର ଭାତ ଚଟୁରେ ସ୍ତ୍ରୀ ମାଳତୀର ମୁଣ୍ଡରେ ନିର୍ଘାତ ପ୍ରହାର କରିଥିଲା ଓ ଯୋଉଁଥି ପାଇଁ ଘଟଣାସ୍ଥଳରେ ମାଳତୀଙ୍କ ପ୍ରାଣବାୟୁ ଉଡିଯାଇଥିଲା। ସ୍ତ୍ରୀର ମରିଯିବା ଜାଣି ହତ୍ୟାକାରୀ କାର୍ତ୍ତିକ ମଧ୍ୟରାତ୍ରିରେ ଆସି ବୈଶିଙ୍ଗା ଥାନାରେ ଆତ୍ମସମର୍ପଣ କରିଥିଲା।

ଥାନାରେ ଆତ୍ମସମର୍ପଣ କରିବା ପରେ ପୁଲିସ ମାମଲା ରୁଜ୍ଜୁ କରି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ଜଣା ପଡୁଥିଲେ ବି ହତ୍ୟାକାଣ୍ଡସ୍ଥଳକୁ ତଦନ୍ତ କରିବାକୁ ବାରିପଦା ସାଇଣ୍ଟିଫିକ ଟିମ ଆସି ତନାଘନା କରି ଫେରିଯାଇଛି। ଆଜି ହତ୍ୟାକାରୀ କାର୍ତ୍ତିକକୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର।

Related posts

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

mahabharatanews

ପିପିଲିରେ ୨୯ ପ୍ଲାଟୁନ ଓଏସପି, ୩ କମ୍ପାନୀ ସିଏପିଏଫ ମୁତୟନ: ଡିଜିପି

mahabharatanews

ବଡ଼ ସଫଳତା; ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ

mahabharatanews

Leave a Comment