ଓଡିଶା

ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ

ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ ଲାଗି ବ୍ୟାଙ୍କ ସମେତ ଅନ୍ୟାନ୍ୟ ବିତ୍ତୀୟ ପ୍ରତିଷ୍ଠାନ ବନ୍ଦ ରଖାଯିବାକୁ ରାଜସ୍ୱ ଓ ବିର୍ପଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି। ପୂର୍ବରୁ ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର ନୂଆଖାଇ ପର୍ବରେ ଛୁଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ। ତେବେ ପଶ୍ଚିମ ଓଡି଼ଶାବାସୀଙ୍କ ପକ୍ଷରୁ ମଧ୍ୟ ଦାବି ହୋଇଆସୁଥିଲା। ଅଗଷ୍ଟ ୩୧ ତାରିଖରେ ଗଣେଶ ଚତୁର୍ଥୀ ପଡୁଥିବାରୁ ସେହିଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏହାଛଡା ଏହିଦିନ ମଧ୍ୟ ଅନ୍ୟାନ୍ୟ ସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଗଣେଣ ଚତୁର୍ଥୀ ଓ ନୂଆଖାଇ ଲାଗି ବୁଧବାର ଏବଂ ଗୁରୁବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ।

Related posts

କେନ୍ଦ୍ରାପଡା ଜିଲ୍ଲାରେ ପାଳିତ ହୋଇଯାଇଛି ବିଶ୍ୱ ଶ୍ରମିକ ଦିବସ

mahabharatanews

ଭଦ୍ରକ ଉପଜିଲ୍ଲାପାଳ କରୋନା ପଜିଟିଭ

mahabharatanews

ସ୍ୱାଧୀନତା ପରେ ମଧ୍ୟ ପହରିଆ ସମ୍ପ୍ରଦାୟଙ୍କୁ ମିଳିନି ଜନଜାତି ମାନ୍ୟତା

mahabharatanews