Accidentଓଡିଶା

ଘରର କାନ୍ଥକୁ ବାଇକ ନେଇ ପିଟିଲା ଦୁଇ ଯୁବକ

କନ୍ଧମାଳ : ଭାରସାମ୍ୟ ହରାଇ ଏକ ଘରର କାନ୍ଥ କୁ ପିଟି ହେଲା ବାଇକ । ଏଭଳି ଅଭାବନୀୟ ଘଟଣା ଘଟିଛି ସାରଙ୍ଗଡ଼ ଥାନା ଚାଞ୍ଚେଡି ଗାଁରେ ।ଚାଞ୍ଚେଡି ଗାଁର ତଡାଙ୍ଗିଆ ଠାରେ ଭାରସାମ୍ୟ ହରାଇ ଏକ ଘରର କାନ୍ଥକୁ ପିଟିହେଲା ବାଇକ । ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମୃତକ ବାଇକ ଚାଳକ ହେଲେ ମାଥିୟୁ ଦିଗାଲ ଓ ଗୁରୁତର ହେଲେ ମାଧିକିଆ ଗାଁ ର ଗଜ ମୋହନ ପ୍ରଧାନ । ସୂଚନାନୁସାରେ , ଯାର୍ଗୀନାଯୁ ଗାଁ ରୁ ଦୁଇ ଜଣ ସାଙ୍ଗ ଏକତ୍ର ସାରଙ୍ଗଡ଼ ଯାଉଥିବା ସମୟରେ ବାଇକଟି ଏକ ଘରକୁ ପିଟି ହେବ ଫଳରେ ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘାଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Related posts

କଡା ସୁରକ୍ଷା ବଳୟ ଭିତରେ ସମ୍ବଲପୁର 

mahabharatanews

ସନ୍ଦେହ ଘେରରେ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀଙ୍କ କାର୍ୟ୍ୟକଳାପ! ଉଚ୍ଚସ୍ତରୀୟ ତଦନ୍ତ ଦାବୀ

mahabharatanews

ହେଲପିଙ୍ଗ ହ୍ୟାଣ୍ଡର ଦ୍ୱାରା ମୁମୂର୍ଷୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର

mahabharatanews