ଓଡିଶାରାଜନୀତି

ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ହିମାଚଳପ୍ରଦେଶ ରେ ଖୋଲାଖୋଲି ଭାବେ ଏକ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ସେ ହିମାଚଳ ପ୍ରଦେଶବାସୀଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି ଯେ ‘ଡବଲ୍ ଇଞ୍ଜିନ୍ ହେଲେ ଯାଇ ବିକାଶ ଜଲ୍ଦି ହେବ। ରାଜ୍ୟରେ ବିଜେପି ଓ କେନ୍ଦ୍ରରେ ବିଜେପି ଏକା ସହ ହେଲେ ଯଇ ଉନ୍ନତି ହେବ। ଏହି ରାଜ୍ୟ ଦଶଂଧି ଧରି ଅଣଦେଖା ହୋଇ ରହିଛି । ବିକାଶର ଯାତ୍ରାକୁ ଜାରି ରଖିବାକୁ ବିଜେପିକୁ ଭୋଟ୍ ଦିଅନ୍ତୁ । ’

ସେ ଆହୁରି ବି କହିଛନ୍ତି ଯେ କେନ୍ଦ୍ରରୁ ମିଳୁଥିବା ସୁବିଧା ସବୁକୁ କଂଗ୍ରେସ ବ୍ଲକ୍ କରିଦେଉଛି । ମୋଦୀ ଆହୁରି ବି କହିଛନ୍ତି ଯେ ‘ମୁଁ ଯେତେବେଳେ ୨୦୧୪ ମସିହାରେ କେନ୍ଦ୍ରରେ ନିର୍ବାଚିତ ହୋଇଥିଲି ସେତେବେଳେ ହିମାଚଳପ୍ରଦେଶରେ ଏକ ଭିନ୍ନ ଦଳ ଥିଲା । ସେହି ଦଳ କେନ୍ଦ୍ରର ସୁବିଧାକୁ ବ୍ଲକ୍ କରି ରଖୁଥିଲା । ଯେତେବେଳେ ୨୦୧୭ ମସିହାରେ ବିଜେପି କ୍ଷମତାକୁ ଆସିଲା ତ ରାଜ୍ୟରେ ବିକାଶ ଘଟିଲା । ଏହାକୁ ଆପଣ ଏବେ ବନ୍ଦ ନକରିବା ଉଚିତ।’

Related posts

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା

mahabharatanews

ରାଜ୍ୟରୁ ୧୧ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

mahabharatanews

ବଢିଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧି

mahabharatanews